ଓଡିଶା

ପଜିଟିଭ ଚିହ୍ନଟ ପରେ ଆରଟିଓ ଓ ଆଇସିଆଇସିଆଇ ବ୍ୟାଙ୍କ ସିଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଆଚାର୍ୟ୍ୟ ବିହାର ସ୍ଥିତ ଆରଟିଓ ଅଫିସ ଓ ଆଇସିଆଇସିଆଇ ବ୍ୟାଙ୍କରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଉଭୟ ଅଫିସକୁ ସିଲ କରାଯାଇଛି।
୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ୟ୍ୟ ବିହାର ସ୍ଥିତ ଆରଟିଓ କାର୍ୟ୍ୟାଳୟକୁ ବିଏମ୍‌ସି ପକ୍ଷରୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଆଇସିଆଇସିଆଇ ବ୍ୟାଙ୍କରୁ ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ପରେ ଭୁବନେଶ୍ୱର ବ୍ୟାଙ୍କର ଦୁଇଟି ଶାଖାକୁ ବିଏମ୍‌ସି ପକ୍ଷରୁ ବନ୍ଦ କରି ଦିଆଯାଇଛି। କଟକ ରୋଡ୍ ଶାଖା ଓ ଶ୍ରୀୟା ଟକିଜ୍ ନିକଟସ୍ଥ ମୁଖ୍ୟାଳୟର ସେଲ୍‌ସ୍‌ ସେକ୍ସନକୁ ବନ୍ଦ କରାଯାଇଛି।ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts

ପୋଷ୍ଟ ମାଷ୍ଟରଙ୍କୁ ସମ୍ମାନିତ

mahabharatanews

ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପରେ କଟକ ଚମ୍ପିୟନ

mahabharatanews

ଅଗ୍ନିକାଣ୍ଡରେ ୩ ବଖରା ଘର ପୋଡି ପାଉଁଶ

mahabharatanews