ଅପରାଧ

ଦୁର୍ଦ୍ଦାନ୍ତ ଅପରାଧୀ ଜଗାକୁ ନିର୍ମମ ହତ୍ୟା

(ଅଜିତ ସାହୁ/ଜଳେଶ୍ୱର): ବାଲେଶ୍ୱର ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅପରାଧୀ ରତନ ଦାସ ନାଁରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଗୋଆ ଭଳି ରାଜ୍ୟରେ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଲୁଟ, ଚୋରା ବନ୍ଧୁକ ଚାଲାଣ ଅଭିଯୋଗରେ ବହୁ ମାମଲା ରହିଥିବା ସୂଚନା ମିଳିଛି। ତେବେ ଗତକାଲି ବିଳମ୍ବିତ ରାତିରେ ଜଗାକୁ ତାର ନିଜ ଗାଁରେ ଅର୍ଥାତ ବାଲେଶ୍ଵର ଜିଲ୍ଲା କମର୍ଦା ଥାନା କୁରୁଣ୍ଠିଆ ଗାଁରେ ହତ୍ୟା କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ, ପ୍ରତିଦିନ ଭଳି ଗତକାଲି ବିଳମ୍ବିତ ରାତିରେ ଜଗା ବିଭିନ୍ନ ଗାଡ଼ିରୁ ଦାଦାବଟି ଆଦାୟ କରୁଥିବା ବେଳେ ଗାଡ଼ିଚାଳକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିପାଇଁ ଜଗାକୁ ହତ୍ୟା କରାଯାଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଏହା ଏକ ଦୁର୍ଘଟଣା ବୋଲି ଆଲୋଚନା ଜୋର ଧରିଛି। ତେବେ କମର୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଜଗାର ଅନ୍ତର୍ରାଜ୍ୟ ଅପରାଧୀଙ୍କ ସହ ଲିଙ୍କ ଥିବା ଯୋଗୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ଜଗା ନାଁରେ କମରଦା, ଭୋଗରାଇ, ତାଳସାରି, ଜଳେଶ୍ୱର, ବାଲିଆପାଳ,ବାଲେଶ୍ୱର, ସମେତ ବିଭିନ୍ନ ଥାନାରେ ଚୋରି, ଡକାୟତି, ହତ୍ୟାକାଣ୍ଡ, ରାହାଜାନି ଭଳି ସଙ୍ଗୀନ ମାମଲା ରହିଛି । ଏହା ବ୍ୟତୀତ ତା ନାଁରେ ରାଜ୍ୟ ବାହାରେ ଗୋଆ ଥାନାରେ ବି ମାମଲା ରହିଛି । ତେବେ ଏହି ହତ୍ୟାକାଣ୍ଡରେ କିଏ ଜଡିତ ଅଛି ସେ ନେଇ ପୋଲିସ ତଦନ୍ତ ଚାଲୁ ରଖିଛି ।

Related posts

ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟାଗଲା ନକଲି ଅଣ୍ଡା ! ଫଟାଇବାରୁ ପାଣି ଭଳି ଭାସିଲା, ସିଝିବା ପରେ ରବର ଭଳି ଲାଗିଲା… ଓଡିଶା

mahabharatanews

କବାଟ ତାଡ଼ି ଲକ୍ଷାଧିକ ଟଙ୍କା ସହ ସୁନାଗହଣ। ଚୋରି

mahabharatanews

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews