ଅପରାଧଓଡିଶା

୫ ମାସ ପରେ ଦୁଷ୍କର୍ମକାରୀ ଗିରଫ

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ । ୫ ମାସ ପରେ ଦୁଷ୍କର୍ମକାରୀ ଗିରଫ । ଭରତପୁର ଥାନା ପୋଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ଦୀପ ଦଳେଇ । ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମହାଦେଇପୁର । ପେସାରେ ଅଭିଯୁକ୍ତ ଜଣଙ୍କ ଜଣେ ରଙ୍ଗମିସ୍ତ୍ରୀ। ସୂଚନା ମୁତାବକ ଗତବର୍ଷ ନଭେମ୍ବର ୨ ତାରିଖରେ ନାବଳିକା ଜଣଙ୍କ ପାଠ ପଢୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଅପହରଣ କରି ନେଇଯାଇ ନିଜ ଗାଁ ରେ ଲୁଚାଇ ରଖିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ଦୀର୍ଘ ୫ ମାସରୁ ଉର୍ଦ୍ଧ୍ବ ସମୟ ପରେ ଭରତପୁର ଥାନା ପୋଲିସ ଦୁଷ୍କର୍ମ ଓ ପୋକ୍ସ ଧାରାରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Related posts

ରାଜ୍ୟରେ ଥମୁନାହିଁ ସଂକ୍ରମଣ: ଆଜି ପୁଣି ୨୧୮ ଚିହ୍ନଟ

mahabharatanews

ଆସନ୍ତାକାଲିଠୁ ବଦଳିବ ପାଗ 

mahabharatanews

ବେଆଇନ୍ ମଦ ଚାଲାଣବେଳେ ୨ ଗିରଫ

mahabharatanews