ଓଡିଶା

ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳ ଲକଡାଉନ

(ସେଖ୍ ଫୈଜନ କାଦ୍ରୀ/ ଭଦ୍ରକ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ଗୁଡିକରେ ସଟଡାଉନ ଓ ଲକଡାଉନ ଭଳି କଟକଣା ଲାଗୁ କରାଯାଉଛି । ଆଜି ଠାରୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳକୁ ଲକଡାଉନ ଘୋଷଣା କରାଯାଇଛି । ଏହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଭଦ୍ରକ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି । ଏଥିସହ ଦୋକାନ ବଜାର ଖୋଲିବା ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୫ରୁ ମଧ୍ୟାହ୍ନ ୧ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବାକୁ ଅନୁମତି ମିଳିଛି । ମଧ୍ୟାହ୍ନ ୨ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ସହରରେ ଲୋକଙ୍କ ଯାଆସ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ପୂର୍ବପରି ଜ଼ିଲ୍ଲାରେ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ
ସପ୍ତାହାନ୍ତ ସଟଡାଉନ ଜାରି ରହିବ ।

Related posts

 ଆଗାମୀ ୪ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

ନର୍ସଙ୍କୁ ପିଟିଲେ ରୋଗୀଙ୍କ ଆଟେଣ୍ଡାଣ୍ଟ

mahabharatanews

ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

mahabharatanews