ଓଡିଶା

୫ ଜଣ କରୋନା ପଜିଟିଭ ଚିହ୍ନଟ: ଗ୍ରାମ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

ଓମପ୍ରକାଶ ମିଶ୍ର/ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ବ୍ଳକ ଅନ୍ତର୍ଗତ ପିତାମହୁଲ ଗ୍ରାମ ପଞ୍ଚାୟତ ଟେଭାପଦର ଗାଁରେ ଗୋଟିଏ ଦିନରେ ଗୋଟିଏ ପରିବାରର ୫ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଅନିଦ୍ଧିଷ୍ଟ କାଳ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଏହି ଗାଁର ଜଣେ ମହିଳା ବୌଦ୍ଧ ଜିଲ୍ଲାରେ ଥିବା ନିଜ ଝିଅ ଘରକୁ ଯାଇଥିଲେ। ତାଙ୍କ ଘରେ ଦୁଇ ଦିନ ଧରି ରହିଥିଲେ। ସେଇଠୁ ସେ ଦୁଇ ଦିନ ତଳେ ନିଜ ଟେଭାପଦର ଗ୍ରାମକୁ ଫେରି ଆସିଥିଲେ। ତେବେ ଗତକାଲି ବୌଦ୍ଧ ଜିଲ୍ଲା ଜଗଦଲପୁର ଗ୍ରାମ ତାଙ୍କ ଜ୍ୱାଇଁଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଟେଭାପଦରର ମହିଳା ଓ ତାଙ୍କ ପରିବାର ବର୍ଗଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିଲା। ଆଜି ମହିଳାଙ୍କ ପରିବାରରେ ୫ ଜଣ ପଜିଟିଭ୍ ଥିବା ରିପୋର୍ଟ ଆସିଛି । ଏବେ ପିତାମହୁଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଟେଭାପଦର ଗ୍ରାମକୁ ଅନିଦ୍ଧିଷ୍ଟ କାଳ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି।

Related posts

ତାତିରେ ସିଝୁଛି ସାରା ଓଡିଶା 

mahabharatanews

“ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ” : ଭି କେ ପାଣ୍ଡିଆନ

mahabharatanews

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ

mahabharatanews