ଭୁବନେଶ୍ବର/ଶିଳାସ୍ମିତା ରାୟ: ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଚି । ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରମାଶିଷ ହାଜରା କହିଛନ୍ତି। ଇତିମଧ୍ୟରେ ଖାତାଦେଖା ଶେଷ ହେବା ସହିତ ଟାବୁଲେସନ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ହାଜରା ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।
ଆସନ୍ତା ଜୁଲାଇ ୩୧ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ସୁଦ୍ଧା ପାଇବ ବୋଲି ପୂର୍ବରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ।
previous post
