ଓଡିଶା

କ୍ୱାରେଣ୍ଟାଇନ କେନ୍ଦ୍ରରେ ଉନ୍ନତ କାଣ୍ଡ, ଥାନାରେ ଅଭିଯୋଗ

ଜୟନ୍ତ ସେଠୀ/ ଗୋପ: କ୍ୱାରେଣ୍ଟାଇନ କେନ୍ଦ୍ରରେ ଉନ୍ନତ କାଣ୍ଡ । ସ୍ଥାନୀୟ ଯୁବକଙ୍କ ଦ୍ୱାରା ଏହି ଉନ୍ମତ୍ତ କାଣ୍ଡ ଭିଆଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ଘୋରଡିଆ ଗ୍ରାମ ପଞ୍ଚାୟତର ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି । ଏଥି ନେଇ ଥାନାରେ ଅଭିଯୋଗ ହୋଇଛି । କ୍ୱାରେଣ୍ଟାଇନ କେନ୍ଦ୍ର ମଧ୍ୟକୁ ବୁଧବାର ଅପରାହ୍ନ ସମୟରେ ମଦ୍ୟପାନ କରି ତିନିଜଣ ଯୁବକ ପଶିଆସିଥିଲେ ଓ କବାଟ ଭାଙ୍ଗିବା ସହ ପାଣି ଟାଙ୍କି, ବେଡ, ବିଦ୍ୟାଳୟର ଗେଟ୍ ଭାଙ୍ଗି ଦେଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସୁଦର୍ଶନ ବଳିୟାରସିଂହ ଓ ସନ୍ତୋଷ କୁମାର ବଳିୟାରସିଂହ ଅଶ୍ଳିଳ ଭାଷାରେ ଗାଳୁ ଗୁଳଜ କରିବା ସହ ଧମକ ଚମକ ଦେଇଥିବା ଡେଲାଙ୍ଗ ହାଟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ କୁନିମଣି ରାଉତରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବରାଳ ଓ ବିକ୍ରମ କେଶରୀ ମିଶ୍ର, ସନ୍ତୋଷ ଧାଉଡିଆ, ସୋମେଶ ବଳିୟାରସିଂହକୁନି ବଳିୟାରସିଂହ କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଥିବା ଜଣାପଡିଛି ।

Related posts

ତୃତୀୟ ଲହରକୁ ଦୃଷ୍ଟିରେ ରଖି ସର୍ଭିଲାନ୍ସ ଜାରି ରଖିଛୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ସଟ ଡାଉନ ପ୍ରଭାବରେ ସାଲେପୁର ସହର ବନ୍ଦ

mahabharatanews

ବିଶ୍ୱରେ ଭାଇରଲ ହେଇଥିବା କିଲି ପଲଙ୍କୁ ମରଣାତ୍ମକ ଆକ୍ରମଣ

mahabharatanews