ଅପରାଧ

ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ

(ଜୟନ୍ତ କୁମାର ସେଠୀ/କାକଟପୁର): ଜୁଆଡିଙ୍କୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣର ଶିକାର ହେବାକୁ ପଡିଛି। ଗତକାଲି ରାତିରେ କାକଟପୁର ଥାନା ଅନ୍ତର୍ଗତ ଭଣ୍ଡିସାହି ନିକଟରେ ଏଭଳି ଘଟଣା ଘଟିଛି । ଏଥିରେ ପୋଲିସ ଏସଆଇଙ୍କ ସମେତ ଜଣେ କନଷ୍ଟେବଲ ଆହତ ହୋଇଛନ୍ତି । ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସୁଚନା ଅନୁଯାୟୀ, ଭଣ୍ଡିସାହି ଗାଁରେ ଜୁଆ ଖେଳ ଚାଲୁଥିବା ଖବର ପାଇ କାକଟପୁର ଥାନା ପୋଲିସ ଚଢାଉ କରିଥିଲା । ଏହି ସମୟରେ ପୋଲିସ ସହିତ ସ୍ଥାନୀୟ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା । ଜୁଆଡିମାନଙ୍କୁ ଗିରଫ କରି ଥାନାକୁ ଫେରିବା ସମୟରେ ଜୁଆଡିଙ୍କ ସମ୍ପର୍କୀୟମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ବନ୍ଧୁକ ଛଡାଇ ନେଇଥିଲେ । କିନ୍ତୁ ପୋଲିସ ଉପସ୍ଥିତ ବୁଦ୍ଧି ଲଗାଇ ୪ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ ହଜାର ୩୦୦ ଟଙ୍କା ସହ ୮ଟି ମୋବାଇଲ ଜବତ କରିଛି । ତେବେ ଫେରାର ହୋଇଥିବା ଜୁଆଡିଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସପି ଅଖିଳେଶ୍ୱର ସିଂ କହିଛନ୍ତି ।

Related posts

ପୁଅ ଆଶାରେ ୫ କନ୍ୟା ସନ୍ତାନଙ୍କ ବାପାର ଦ୍ୱିତୀୟ ବିବାହ ବିଫଳ

mahabharatanews

ଜୟପାଟଣା ପୋଲିସ ଦ୍ଵାରା ବିପୁଳ ପରିମାଣର ମଦ ଜବତ

mahabharatanews

୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

mahabharatanews