ଅପରାଧ

କଟୁରୀରେ ହାଣୀ ୪ ଲକ୍ଷ ଟଙ୍କ। ଲୁଟ

ଗୋପ: ପୁଣି କଳା ପଲସର ଆତଙ୍କ ଗୋପ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି । ପୁଣି ଆତଙ୍କଖେଳାଇଛି କଳା ପଲସର ଦୁର୍ବୃତ୍ତ । ଗତକାଲି ପୁଲି ଜଣଙ୍କୁ କଟୁରୀରେ ହାଣି ୪ ଲକ୍ଷ ଟଙ୍କା ଲୁଟ କରାଯାଇଛି । ସନ୍ଦେହରେ ୨ ଅଟକ ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଗୋପ ଚାରି ଛକ ରାସ୍ତାର ଏକ ନିଛାଟିଆ ସ୍ଥାନରେ ୩ଟି ପଲସରରେ ୫ ଦୁର୍ବୃତ୍ତ କୋଣାର୍କର ଜଣେ ପ୍ରତିଷ୍ଠିତ କମ୍ପାନୀ ହିନ୍ଦୁସ୍ଥାନ ଲିଭରର ୪ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ସହ ଜଣେ କର୍ମଚାରୀଙ୍କୁ କଟୁରୀରେ ହାଣି ସେମାନଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ପରେ ଆହତଙ୍କୁ ଗୋପ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଥାନାରେ ଏକ ଅଭିଯୋଗ କରାଯାଇଥିଲା । ଆହତ କର୍ମଚାରୀ ହେଲେ ଅସ୍ତରଙ୍ଗ ଅନ୍ତର୍ଗତ ତଣ୍ଡାହାର ଗ୍ରାମର କାହ୍ନୁଚରଣ ପ।।ଢୀ । କିନ୍ତୁ ସେମାନଙ୍କ କଥାରେ ତାଳ ମେଳ ରହୁ ନ ଥିବାରୁ ସନ୍ଦେହରେ ପୁଲିସ ଡ୍ରାଇଭର ସହ କାହ୍ନୁଚରଣଙ୍କୁ ଅଟକରଖି ପଚରା ଉଚାରା ଚଳାଇଛି ।

Related posts

ଶାଶୁକୁ ବୋହୁର ଥପ୍ପଡ ଉପରେ ଥପ୍ପଡ

mahabharatanews

ଭଉଣୀ ପାଇଁ ଭାଇ ସାଜିଲା ହତ୍ୟାକାରୀ

mahabharatanews

ସ୍ତ୍ରୀ ହତ୍ୟା କରି ତିନିଦିନ ଘରେ ରଖିଥିଲା ସ୍ୱାମୀ

mahabharatanews

Leave a Comment