ଓଡିଶା

ରାଜ୍ୟରେ ଆଉ ୭ ଜଣଙ୍କ କରୋନାରେ ମୃତ୍ୟୁ ପରେ ମୋଟ ସଂଖ୍ୟା ୧୫୪

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନାରେ ମୋଟ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ରାୟଗଡ଼ାରୁ ୨, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ତିନି ଜଣ ମୃତକ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୫୫, ୫୬ ଓ ୩୯ ବର୍ଷ। ସେହିପରି ରାୟଗଡ଼ା ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ମଧୁମେହରେ ପୀଡ଼ିତ ଥିଲେ ଓ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଆଉଜଣେ ୩୧ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ୱରର ଜଣେ ୫ ବର୍ଷର ବାଳକଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେରେବ୍ରାଲ୍ ପାଲସିରେ ମଧ୍ୟ ଆକ୍ରାନ୍ତ ଥିଲେ। ଏହାଛଡ଼ା କଟକର ଯେଉଁ ୪୫ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି, ସେ ମଧୁମେହ ଓ ଆଜମାରେ ପୀଡ଼ିତ ଥିଲେ।
ରାଜ୍ୟରେ ଆଜି ୧୨୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୬୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୫୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୧୭,୩୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୪୫ ରହିଛି।

Related posts

ଭୀଷଣ ଗ୍ରୀଷ୍ମପ୍ରବାହ : ୧୫  ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

ଅଜଣା ଗାଡିକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୨ ଗୁରତର

mahabharatanews

୨୮ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ, ୩ ଜିଲ୍ଲାରେ ପ୍ରବଳ ବର୍ଷା

mahabharatanews