ଓଡିଶା

ଏଣିକି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସପି ଓ ଡିଏସପି

ଭୁବନେଶ୍ୱର(ଶିଳାସ୍ମିତା ରାୟ): ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଥିବା ବେଳେ ଅପରାଧ କାୟା ବୃଦ୍ଧି କରୁଛି । କରୋନାକୁ ନେଇ ସୃଷ୍ଟିହୋଇଥିବା ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଡିଜିପିଙ୍କ ଅନୁଯାୟୀ, ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ ରହିବ । ଜିଲ୍ଲା ପୁଲିସ କଣ୍ଟ୍ରୋଲ ରୁମ ନମ୍ବର ଟ୍ୱିଟର ଓ ଫେସବୁକରେ ଦିଆଯିବ । ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ । ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ ଏସପି ଓ ଡିଏସପି କରିବେ । ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ରିସେପସନ କାଉଣ୍ଟର ରହିବ । ରିସେପସନ ଏରିଆ ନିୟମିତ ବିଶୋଧନ କରାଯିବ । ରିସେପସନ କାଉଣ୍ଟର ଥାନା ମୁଖ୍ୟ କୋଠା ଠାରୁ ଛାଡ଼ି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ । ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ । ଡିଆଇଜି/ଏସପି/ଡିଏସପିଙ୍କ ଅଫିସ ମେନ ଗେଟରେ ଫୋନ ନମ୍ବର ଡିସପ୍ଲେ ଲାଗିବ । ମେନ ଗେଟରେ ଅଭିଯୋଗ ବାକ୍ସ ରଖାଯିବ, ଲୋକେ ଅଭିଯୋଗ ପକାଇବେ ।

Related posts

ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

mahabharatanews

ଗଣଦୁଷ୍କର୍ମ ମାମଲାକୁ ନେଇ ପାରାଦୀପ ରାଜନୀତି ଉଷ୍ମ

mahabharatanews

ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ

mahabharatanews