ନୂଆଦିଲ୍ଲୀ: ଲଦାଖ ସୀମାରୁ ଚୀନ ପଛଘଞ୍ଚା ଦେଇଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । କିଛି ସ୍ଥାନରେ ଚୀନ ପଛଘୁଞ୍ଚା ଦେଇଥିଲେ ମଧ୍ୟ ସୀମା ଆରପାରିରେ ଚୀନ ସେନା ମୁତୟନ କରିବାରେ ଲାଗିଛି ଓ ଶକ୍ତି ପ୍ରଦର୍ଶନ କରୁଛି । ତାହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ନିଜର ଶକ୍ତି ବଢାଉଛି। ଲଦାଖ ଓ ଅନ୍ୟ ଚୀନ ସୀମାରେ ନିଜର ଟ୍ୟାଙ୍କ ରେଜିମେଣ୍ଟ ମୁତୟନ କରିଛି ଭାରତ ।
ଏହା ବ୍ୟତୀତ ଟ୍ୟାଙ୍କ ରେଜିମେଣ୍ଟର ଶକ୍ତି ବୃଦ୍ଧି କରିବାକୁ ଯୋଜନା କରୁଛି ଭରତ । ଏଥିନେଇ ଲଦାଖ ଓ ଅନ୍ୟ ହିମାଳୟ ପାର୍ବତ୍ୟାଞ୍ଚଳ ପରି ଦୁର୍ଗମ ଅଞ୍ଚଳରେ ଖାପଖୁଆଇବା ଭଳି ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ନେଇଛି ଭାରତ ସରକାର । ତିବ୍ଦତରେ ଚୀନ ନିଜର ଟାଇପ-୧୫ ଟ୍ୟାଙ୍କ ମୁତୟନ କରିଛି ଯାହାକୁ ପାର୍ବତ୍ୟାଞ୍ଚଳ ପାଇଁ ସବୁଠୁ ଭଲ ଟ୍ୟାଙ୍କ ବୋଲି କୁହାଯାଏ । ଏହାର ମୁକାବିଲା ପାଇଁ ଭାରତ ଋଷିଆରୁ ଅତ୍ୟାଧୁନିକ ୨ଏସ୨୫ ସ୍ପ୍ରଟ-ଏସଡି ହାଲକା ଟ୍ୟାଙ୍କ ଖରିଦ କରିବାକୁ ବିଚାର କରୁଛି । ଏହି ଟ୍ୟାଙ୍କଟି ପାର୍ବତ୍ୟ ଅଞ୍ଚଳ ପାଇଁ ଉପଯୁକ୍ତ ବୋଲି କୁହାଯାଉଛି ।
previous post
