ଓଡିଶା

ବିଶୋଇ ବ୍ଲକରେ ଆଉ ୩ କରୋନା ପଜିଟିଭ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକରେ ଆଜି ପୁଣି ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ତିନି ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଅସନା ପଞ୍ଚାୟତ ସ୍ଥିତ ବାଙ୍କିଡିହି ଗ୍ରାମର ପ୍ରବାସୀ ଓଡ଼ିଆ ଯୁବକ ବୋଲି ଜଣାପଡିଛି। ଉକ୍ତ ଯୁବକ ସିକନ୍ଦରାବାଦରୁ ଗତ ୬ ତାରିଖ ଦିନ ଆସି ମଣଦା ସଙ୍ଗରୋଧ କେନ୍ଦ୍ରରେ ଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ପ୍ରଥମେ ତାଙ୍କ ଠାରେ କରୋନା ଲକ୍ଷଣ ନଥିବା ଦର୍ଶାଇଥିବା ବେଳେ ପରେ ତାଙ୍କୁ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦେଇଛି। ଫଳରେ ଉକ୍ତ ଆକ୍ରାନ୍ତଙ୍କ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେହିପରି ଅନ୍ୟ ଦୁଇ ଜଣ ଆକ୍ରାନ୍ତ ଲୁହାକାନି ପଞ୍ଚାୟତର ବାଙ୍କି ଓ କୁଆଝରୀ ଗ୍ରାମର ଯୁବକ ବୋଲି ଜଣାପଡିଛି। ସମସ୍ତ ଆକ୍ରାନ୍ତଙ୍କୁ ବାରିପଦା କୋଭିଡ଼ ହସ୍ପିଟାଲକୁ ପଠାଯାଇଛି। ଅନ୍ୟପଟେ ସଂକ୍ରମଣ ରୋକିବା ପାଇଁ ଲୁହାକାନି ସରପଞ୍ଚ ବାଘରାୟ ବେଶରା ପଞ୍ଚାୟତର ପାଞ୍ଚଟି ୱାଡ଼ର୍କୁ ସୋମବାର ସକାଳ ୬ଟାରୁ ବୁଧବାର ସକାଳ ୬ ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ଏହାସହ ଆକ୍ରାନ୍ତ ମାନଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Related posts

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ବିଏମସି କମିଶନରଙ୍କ ନାମରେ ଏଫଆଇଆର

mahabharatanews

ଜଳିଗଲା ୪୦ ଶ୍ରମିକ ସେଡ୍‌, ଅଳ୍ପକେ ବର୍ତ୍ତିଲେ ୯୬୦ ଶ୍ରମିକ

mahabharatanews

ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ,୧୦ ଆହତ

mahabharatanews