ଓଡିଶା

କରୋନା ପାଇଁ ସଂଘର୍ଷ ଜାରି ରଖିଛି ହିଂଜିଳି ପୋଲିସ

(ରଜନୀକାନ୍ତ ପାତ୍ର/ ହିଞ୍ଜିଳିକାଟୁ): କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଓଡ଼ିଶାରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ହିଂଜିଳି ରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇ ନ ଥିବା ବେଳେ ଏହାର ଗଞ୍ଜାମ ଜିଲ୍ଲାର ହିଂଜିଳି ପ୍ରଶାସନକୁ ପ୍ରଶଂସା ମିଳିଛି । କରୋନା ଭୂତାଣୁ ନ ବ୍ୟାପିବା ପାଇଁ ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଲକ୍ଡାଉନ୍ କଡ଼ାକଡ଼ି କରିଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ହିଂଜିଳି ଥାନା ପୋଲିସ ଦିନ ରାତି ଏକ କରି ଦେଇଛନ୍ତି। ଆଇଆଇସି ଅଭିମନ୍ୟୁ ଦାସ କଂ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ହିଂଜିଳି ଥାନା ପୋଲିସର ଏହି କାର୍ୟ୍ୟଶୈଳୀକୁ ହିଂଜିଳି ବାସୀ ସାଧୁବାଦ ଜଣାଇଛନ୍ତି।

Related posts

କିସ୍ ଛାତ୍ର ମୃତ୍ୟୁ ଘଟଣାର ବଡ ଅପଡେଟ୍

mahabharatanews

ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ

mahabharatanews

ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହର ଭୂକମ୍ପପ୍ରବଣ

mahabharatanews