ଅପରାଧ

ବାଇକ୍କୁ ପିଟିଲା କାର, ୧ ମୃତ

(ଜୟନ୍ତ କୁମାର ସେଠୀ/ଅସ୍ତରଙ୍ଗ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁହୁଡି ଗାଁ ଠାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବାଇକ୍ ଯୋଗେ ଜଣେ ଯୁବକ ଅସ୍ତରଙ୍ଗରୁ କୁହୁଡି ଯାଉଥିବା ବେଳେ ତାଙ୍କୁ ସାମ୍ନାରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କାରକୁ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ଅସ୍ତରଙ୍ଗ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Related posts

ନିଜ ବେକ ଓ ହାତ କାଟି ହାଜତରେ କଏଦୀର ଆତ୍ମହତ୍ୟା ଉଦ୍ୟମ

mahabharatanews

ଡିଏଫଓଙ୍କୁ ଜେରା କରୁଛନ୍ତି ୫ ଅଧିକାରୀ

mahabharatanews

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews