ଓଡିଶାରାଜନୀତି

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି

(ମହାଭାରତ/ଭୁବନେଶ୍ୱର): ରାଜ୍ୟ କ୍ୟାବିନେଟରେ ଆଜି ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କ୍ୟାବିନେଟରେ ଆଜି ୨୦ଟି ପସ୍ତାବ ଉପରେ ମଂଜୁରୀ ମିଳିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ୨୦୦୭ ଓ ୨୦୧୫ ଶିଲ୍ପନୀତି ଓ ଫ୍ୟାକ୍ଟି ଆକ୍ଟ ୧୯୫୮ ରେ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମାନୁସାରେ, କାରଖାନାରେ ଓଭରଟାଇମ୍ ବୃଦ୍ଧିକୁ ଅନୁମତି ଦିଆଯାଇଛି । ୩ ମାସରେ ୭୫ ଘଣ୍ଟାକୁ ଓଭର ଟାଇମ୍ ୧୧୫ ଘଣ୍ଟାକୁ ବଢ଼ାଯାଇଛି । ଏଥିସହିତ ଏଣିକି ୨୪୦ ଦିନ ବଦଳରେ ୧୮୦ ଦିନ ଜଣକୁ ଛୁଟି ମିଳିପାରିବ । ସେହିପରି ମହିଳା କର୍ମଚାରୀ ମାନଙ୍କୁ ରାତି ଡ୍ୟୁଟି ପାଇଁ ସର୍ତ୍ତମୁଳକ ଅନୁମତି ଦିଆଯିବ ।

ତେବେ କ୍ୟାବିନେଟରେ ସ୍ୱାସ୍ଥ୍ୟାବସ୍ଥା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ନିର୍ମଳ ପ୍ଲସ୍ ଏବଂ ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାକୁ ମଂଜୁରୀ ମିଳିଛି । ତାବାଦ୍ ଓଡିଶା ହେଲ୍ଥ ଇନ୍ସୁସୁରାନ୍ସ ସୋସାଇଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ୭୦ ଲକ୍ଷ ପରିବାର ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତାର ଲାଭ ପାଇପାରିବେ । ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟାବସ୍ଥା ସହାୟତା ଆକାରରେ ମିଳିବ ୧୦ ଲକ୍ଷ ।

ଏଥିସହିତ ୮୨୭ କୋଟି ଟଙ୍କାର ପାନୀୟ ପ୍ରକଳ୍ପ କୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି । ଏହି ପରିପ୍ରେକ୍ଷୀରେ ୮ ଟି ବ୍ଲକ୍ର ୯୧୧ ଗାଁକୁ ଜଳ ଯୋଗାଣ ନେଇ ନିଷ୍ପତ୍ତି ହୋଇଛି । ସେହିପର ଶିକ୍ଷା କ୍ଷେତ୍ରରେ ମଧ୍ୟ ନିଷ୍ପତ୍ତି ହୋଇଛି । ଏଥିରେ ଗ୍ରୁପ୍ ସି ପରୀକ୍ଷା ପାଇଁ ଏଣିକି ଆଉ କୌଣସି ସାକ୍ଷାତକାର ପରୀକ୍ଷା ନେବାକୁ ପଡିବନି । କେବଳ ଲିଖିତ ପରୀକ୍ଷା ଦେଇ ଚାକିରୀ ପାଇଁ ଚୟନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଆହୁରି ମଧ୍ୟ ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ଜମି ନ ଥିବା ଲୋକଙ୍କୁ ଜମି ଯୋଗାଇବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Related posts

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews

ନବୀନଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର

mahabharatanews

ସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା

mahabharatanews