ଓଡିଶା

ପୁରୀରେ ୧୮୬୦ରେ ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାରେ ଗତ ୨୪ ଘଣ୍ଟା ଭିତରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୬୦ରେ ପହଁଚିଛି । ଏଥିରୁ ୭୪୫ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଆଜି ସୁଦ୍ଧା କରୋନାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୧୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଆଜି ପର୍ୟ୍ୟନ୍ତ ୪୧,୧୭୫ ନମୁନା ସଂଗ୍ରହ କରାଯାଇଛି। ତେବେ ପୁରୀ ପୌରପାଳିକା ଅଞ୍ଚଳରେ ସର୍ବାଧିକ ୬୧୭ ଜଣ କୋଭିଡ ସଂକ୍ରମିତ ହୋଇଥିବା ବେଳେ ୨୮୪ ଟି ଆକ୍ଟିଭ କେସ ରହିଛି । ତେବେ ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଲୋକମାନେ ସତର୍କ ହେବାକୁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

Related posts

ସଂଗରୋଧ କେନ୍ଦ୍ର ରେ ଏସ.ଏଚ.ଜି ଗ୍ରୁପ ଯୋଗାଉଛି ସୁସ୍ଵାଦୁ ମିଠା

mahabharatanews

ଆଜି NEET UG ୨୦୨୬ ପରୀକ୍ଷା

mahabharatanews

ଅମ୍ଫାନ ସାଇକ୍ଲୋନ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର ଜାରି ରହିଛି ବର୍ଷା

mahabharatanews