ଓଡିଶା

ଆଜି ରାଜ୍ୟରୁ ବାହାରିଲେ ୨୨୩୯ ପଜିଟିଭ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୨୨୩୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୮୨୩ ରହିଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୬୪୫୩୩ ହୋଇଥିବା ବେଳେ ୪୩୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୦୩୩୯ ଜଣ ସକ୍ରିୟ ସଂକ୍ରମିତଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଜଣ ଥିବା ବେଳେ ଗଞ୍ଜାମରୁ ୨୪୬, ନୟାଗଡରୁ ୧୪୭ ଜଣ ରହିଛନ୍ତି । ସେହିପରି ତିନି ଅଙ୍କ ଛୁଇଁଥିବା ଜିଲ୍ଲାଗୁଡିକ ଭିତରେ ବାଲେଶ୍ୱରରୁ ୧୩୦, କଟକରୁ ୧୧୭, ରାୟଗଡାରୁ ୧୨୦ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା ଉଦ୍ୟମ

mahabharatanews

ଘରୋଇ ଡ଼ାକ୍ତରଖାନାରେ ରୋଗୀଙ୍କୁ ଶୋଷଣ

mahabharatanews

ଗୋଟେପଟେ କରୋନାର କରାଳ ରୂପ ଅନ୍ୟପଟେ ଦୁବୃର୍ତ୍ତଙ୍କର ଭଗବାନଙ୍କର ଆଭୁଷଣ ଚୋରୀ

mahabharatanews