ଓଡିଶା

ଜିଲ୍ଲାସ୍ତରୀୟ ଡ଼ଃ ବି.ଆର ଆମ୍ବେଦକର ଜୟନ୍ତି ପାଳିତ

ଦେବଗଡ଼/ ସୁଦାମ ବେହେରା : ଆଜି ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ର ଠାରେ ପୌର ପରିଷଦ ଅଧକ୍ଷା ଶାନ୍ତି ମଞ୍ଜରି ଦେଈ ସଭା ପତି ରେ କାର୍ଯକ୍ରମ ଅୟୋଜନ କରାଯାଇଥିଲା। ମୂଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ  ସମ୍ମାନିତ ଅତିଥି ଉପ ପୌର ପରିଷଦ ଅଧକ୍ଷ ପ୍ରଦୀପ କୁମାର ଭୋଜ, ମୂଖ୍ୟ ବକ୍ତା ଆଇନ୍ ଜିବି ଦିଲିପ ଗୁରୁ ମଞ୍ଚାଷିନ ରହିଥିଲେ,ପ୍ରାରମ୍ଭରେ ସମ୍ବିଧାନ ପ୍ରଣାୟତା ଡ଼ଃ ବି.ଆର ଆମ୍ବେଦକର  ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ, ଅତିଥି ମାନେ ସମ୍ବିଧାନ ପ୍ରଣାୟତା ଡ଼ଃ ବି. ଆର ଆମ୍ବେଦକର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ବୈଠକ ରେ ବରିଷ୍ଠ ଆଇନ୍ ଜିବି ମନୋଜ୍ ପାଢ଼ୀ,ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାପାତ୍ର, ହେମନ୍ତ ମହାପାତ୍ର, ରାମ ଚଂଦ୍ର ମହାପାତ୍ର, ମାର୍କେଣ୍ଡ ଶତପଥୀ, ନିରଂଜନ ଦିୱେଦି ଦିବସର ଉପଲକ୍ଷେ ତାଙ୍କର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ହେଇଥିବା ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଜୁନିଅର୍ ରେ ପ୍ରଥମ- ଜ୍ୟୋତି ରାଣୀ ବାଘ୍, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଦୂତିୟ- ପୁଜସ୍ମିତା ପାତ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୃତୀୟ- କ୍ରିତିକା କରଣ ସାମଲ, ଶ୍ରାବଣୀ ନାଏକ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର। ସିନିୟର୍ ରେ ପ୍ରଥମ- ସାଇ ସ୍ମୃତି ଦାସ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଦୂତିୟ-ସାଇ ପ୍ରଜ୍ଞା ନାଏକ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତୃତୀୟ- ଲିପ୍ସା ଭୋଇ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ହିନା ଦେଓ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ଦାସ, ଧିରେନ୍ ନାଏକ, ଡିଲେଶ୍ୱର୍ ପ୍ରଧାନ, ଡ. ଭାରତ ଭୁଷନ ନନ୍ଦ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋରଂଜନ ସୁତାର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ,ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ, ଶିକ୍ଷକ,ସାମ୍ବାଦିକ ଉପସ୍ଥିତ ଥିଲେ।

Related posts

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ: ଆଜିବି କମ୍ପିପାରେ ବିଧାନସଭା !

mahabharatanews

ଆଜି ଉପକୂଳ ଅତିକ୍ରମ କରିବ ବାତ୍ୟା ‘ମୋକା’ 

mahabharatanews

ଛଟପଟ ହେଉଛନ୍ତି ଓଡ଼ିଶା ବାସୀ ;୬ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି

mahabharatanews