ଓଡିଶା

କୋଭିଡ କେୟାର ସେଣ୍ଟର ଉଦଘାଟିତ

(ନିର୍ମଳେନ୍ଦୁ ମିଶ୍ର/ବଡମ୍ବା): କଟକ ଜିଲ୍ଲା ବଡମ୍ବା ବ୍ଳକରେ ଏକ କୋଭିଡ କେୟାର ସେଣ୍ଟର ଆଜି ଉଦଘାଟିତ ହୋଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ଏହାର ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଠାରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଛନ୍ତି। ବଡମ୍ବା ଓ ନରସିଂହପୁର ପାଇଁ ୨ଟି କୋଭିଡ଼ କେୟାର କେନ୍ଦ୍ର ସ୍ଥାପନ ପାଇଁ ଆବେଦନ କରାଯାଇଥିଲା । ପରେ ବଡମ୍ବାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ । ଏଥିପାଇଁ ନିର୍ମାଣାଧୀନ ବଡମ୍ବା ମହାବିଦ୍ୟାଳୟର ନୂତନ ହଷ୍ଟେଲକୁ ଏବଂ ଡାକ୍ତର, ପାରା ମେଡିକାଲ ଓ ସଫେଇ କର୍ମଚାରୀଙ୍କ ରହଣି ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ନବନିର୍ମିତ ଡାକବଙ୍ଗଳାକୁ ନିଆଯାଇଛି। ତୁରନ୍ତ ବାକି ନର୍ସ ଓ କର୍ମଚାରୀଙ୍କ ସହ ଆଉ ଏକ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ସ୍ଥାନୀୟ ବିଧାୟକ କଟକ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏହି ଲୋକାର୍ପଣ ଅବସରରେ କଟକ ଜିଲ୍ଲାପାଳଙ୍କ ସହିତ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର, କଟକ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ, କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ, ବଡମ୍ବା ମେଡିକାଲ ଅଫିସର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡମ୍ବା ବିଡିଓ, ତହସିଲଦାର, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Related posts

ସୋନପୁର ମହାନଦୀ ଉତ୍ସବ ୨୦୨୦ ପାଳିତ

mahabharatanews

ଆଜି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews

ଗାଁ ଦାଣ୍ଡରୁ ପାଣି ନିଷ୍କାସନ ପାଇଁ ବିଡିଓଙ୍କୁ ଚିଠି ଲେଖିଲେ ଧାନନ୍ଦା ଗ୍ରାମବାସୀ

mahabharatanews