Uncategorized

ପ୍ରାଣବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ/ଶିଳାସ୍ମିତା ରାୟ: ଗତକାଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ମୃତ୍ୟୁ ହୋଇଛି । ଆଜି ଏହି ବର୍ଷିୟାନ ନେତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଅପରାହ୍ନ ୨ଟା ୩୦ମିନିଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମଙ୍ଗଳବାର ପୂର୍ବାହ୍ନରୁ ତାଙ୍କ ପାର୍ଥିବ ଶରୀରକୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଶେଷ ଦର୍ଶନ ପାଇଁ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯାଇ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ଦଳର ବହୁ ନେତା ତାଙ୍କ ଶେଷ ଦର୍ଶନ ପାଇଁ ଛୁଟିଛନ୍ତି ।
ଅଗଷ୍ଟ ୧୦ ତାରିଖ ଦିନ ପ୍ରଣବ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଟେଷ୍ଟ ପରେ ଜଣାପଡିବା ପରେ ତାଙ୍କ ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ। ଏହା ପରେ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା। ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲିଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୋମବାର ସକାଳେ ଅବନତି ଘଟିଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Related posts

ଲଦାଖରେ ପୁଣି ଚୀନ ସେନାର ଅନୁପ୍ରବେଶ

mahabharatanews

ଗୁଫକାର ଘୋଷଣା ଦେଶ ବିରୋଧରେ ନୁହେଁ ବିଜେପି ବିରୋଧରେ: ଫାରୁଖ

mahabharatanews

କରୋନା ଆତଙ୍କ ଚୀନ ବାହାରେ ୧ ମୃତ୍ୟୁ: ୧୪,୫୬୨ ସଂକ୍ରମିତ

mahabharatanews