ବିଶ୍ୱ

ଭାରତର ଅନୁରୋଧକୁ ରକ୍ଷା କଲା ରୁଷ୍

(ମସ୍କୋ): ଭାରତର ଅନୁରୋଧକୁ ରକ୍ଷା କଲା ରୁଷ୍ । ରୁଷ୍‌ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଚାଲାଣ ନ କରିବା ନୀତି ଜାରି ରଖିବ ବୋଲି ଭାରତକୁ ପ୍ରତିଶ୍ରୁତି ଦେଇଛି । ତେବେ ଗୁରୁବାର ସନ୍ଧ୍ୟାରେ ମସ୍କୋରେ ତାଙ୍କ ପ୍ରତିପକ୍ଷ ଜେନ ସର୍ଗି ଶୋଏଗୁଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସାକ୍ଷାତ ସମୟରେ ରୁଷ ନୀତିର ପୁନରାବୃତ୍ତି ପାଇଁ ଅନୁରୋଧ କରିଥିଲେ। ଯାହା ପରେ ରୁଷ ଏବେ ଭାରତର ଏହି ଅନୁରୋଧକୁ ରକ୍ଷା କରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ନ ଦେବାକୁ ପ୍ରତିଶ୍ରୁତି ଦେଇଛି ।

ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୁଚିତ କରାଯାଇଥିଲା ଯେ, ମସ୍କୋରେ ଥିବା ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଜେନ ଶୋଏଗୁଙ୍କ ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ନେଇ ସୁଚନା ରହିଛି । ତେବେ ଏହି ସାକ୍ଷାତ ଉଭୟ ବନ୍ଧୁ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ବଜାୟ ରଖିବାକୁ କରାଯାଇଥିଲା ।

ଏ ନେଇ ରାଜନାଥ ସିଂ ଏକ ଟ୍ବିଟ୍‌ କରି ଜଣାଇଛନ୍ତି ଯେ, ଆଜି ମସ୍କୋରେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗି ଶୋଏଗୁଙ୍କ ସହ ଅନଷ୍ଠିତ ହୋଇଥିବା ବୈଠକ ଫଳପ୍ରଦ ଥିଲା। ବୈଠକରେ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ସେଥି ମଧ୍ୟରୁ ବିଶେଷ କରି ପ୍ରତିରକ୍ଷା ଓ ରଣନୈତିକ ସହଯୋଗକୁ କିପରି ଆହୁରି ଦୃଢ଼ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।

Related posts

ପାକିସ୍ତାନୀ ଭିକାରୀଙ୍କୁ ଫେରାଇଲା ସାଉଦି ଆରବ

mahabharatanews

ୟୁକ୍ରେନ ଉପରେ ରୁଷର କ୍ଷେପଣସ୍ତ୍ର ଆକ୍ରମଣ

mahabharatanews

ପତ୍ନୀଙ୍କ ଠାରୁ ଅଲଗା ହେବେ କାନାଡ଼ା ପ୍ରଧାନମନ୍ତ୍ରୀ

mahabharatanews