ଓଡିଶାଵାଣିଜ୍ୟ

ପୋଲିସ ଗାଡି ଧକ୍କାରେ ଜଣେ ମୃତ, ମୁଖ୍ୟ ରାସ୍ତା ଅବରୋଧ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ପୋଲିସ ଗାଡି ଧକ୍କାରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗମ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ମାଥିଲି ଥାନାର କିଛି ଅଧିକାରୀ ଏକ ବୋଲେରୋ ଯୋଗେ ଆସୁଥିବା ବେଳେ ସାମନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ନାଏକଗୁଡା ଗ୍ରାମରେ କାର୍ୟ୍ୟରତ ଜି ଆର ଏସ ବାଲରାଜୁ ସାହୁ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବୋଲେରୋଟି ପଡି ରହିଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ଏବଂ ପରିବାର ବର୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

Related posts

ମାଆ ସହ ଦୁଇଶିଶୁ ଜୀବନ୍ତ ଦଗ୍ଧ

mahabharatanews

ପ୍ରବଳ ବର୍ଷା ସମ୍ଭାବନା : ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

mahabharatanews

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

mahabharatanews