ଓଡିଶା

ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକମାନଙ୍କୁ ସାହାଯ୍ୟ ଦାବି

(ଜୟନ୍ତ କୁମାର ସେଠୀ/ପୁରୀ): କୋଭିଡ କଟକଣା ଓ ଲକଡାଉନ ଯୋଗୁ ଦେଶରେ କୋଟି କୋଟି ଶ୍ରମିକ ନିଜର ରୋଜଗାର ହରାଇଛନ୍ତି। ରୋଜଗାର ନ ଥିବା ଗରିବ ଲୋକମାନେ ନିଜ ଘର ପରିବାର ଚଲାଇବା କଷ୍ଟକର ହୋଇ ପଡିଛି। ଏଣୁ ରାଜ୍ୟ ସରକାର ଗରିବ ଶ୍ରମିକମାନଙ୍କୁ ସାହାଯ୍ୟ ଦେବା ନେଇ ଦାବି କରିଛି ଭାରତୀୟ ମଜଦୂର ସଙ୍ଘ। ପୁରୀ ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ବେରୋଜଗାରୀଙ୍କୁ ରୋଜଗାର ଓ ସହାୟତା ପ୍ରଦାନ ଦାବୀରେ ଜିଲ୍ଲାର ସମସ୍ତ ୧୧ଟି ବ୍ଳକ ଓ ପୌରପାଳିକାକୁ ଦାବିପତ୍ର ଦିଆଯାଇଛି। ସମସ୍ତ ପ୍ରବାସୀ ଶ୍ରମିକ ତଥା ବେକାର ଯୁବକ ଯୁବତୀମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ଅନୁରୂପ ନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା, ଅଙ୍ଗନବାଡି ଓ ଆଶା କର୍ମଚାରୀଙ୍କୁ ଦୈନିକ ୫୦୦ଟଙ୍କା କରୋନା ସହାୟତା ଭତ୍ତା ପ୍ରଦାନ, ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞ୍ଜିକରଣ ଆଦି ୫ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ପୁରୀ ପୌରପାଳିକାକୁ ଦିଆଯାଇଛି।

Related posts

ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ,୫୦ରୁ ଅଧିକ ଆକ୍ରାନ୍ତ

mahabharatanews

କୋଡ଼ିଙ୍ଗାମାଲି ଖଣିରୁ ବକ୍ସାଇଟ ପରିବହନ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

ଗଞ୍ଜାମରେ ୧୦୦୦ ଟପିଲା କରୋନା ପଜିଟିଭଙ୍କ ସଂଖ୍ୟା

mahabharatanews