ଓଡିଶା

ବଜୁରୀ ଅନଲୋଡ କଲାବେଳେ ଜଳିଗଲା ଟିପର

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଏକ ଅଘଟଣ ଘଟିଛି । ଏହି ବ୍ଲକ ଅନ୍ତର୍ଗତ ବୁଡୁଣି ଓ ଚାଟିକଣା ଗାଁ ମଝିରେ ଥିବା ଏକ ପୋଲ ନିକଟରେ ବଜୁରୀ ଅନଲୋଡ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଟିପର୍ ଜଳି ଯାଇଛି । ଫଳରେ ଏଥିରେ ଥିବା ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି । ଗତ ମଙ୍ଗଳବାର ସକାଳ ୭ଟା ସମୟରେ ନାରିଙ୍ଗତୋଳା ଠାରୁ ଲାଖପଦର ପର୍ଯ୍ୟନ୍ତ ଥିବା ରାସ୍ତା କାମ ପାଇଁ ଟିପରଟି ବଜୁରୀ ଆଣି ଅନଲୋଡ କରୁଥିଲା । ଏହି ସମୟରେ ଏାହର ଠିକ ଉପରେ ଯାଇଥିବା ଏକ ୧୧ ହଜାର ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଟିପର ଡ୍ରାଇଭର ଓ ହେଲପର ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି

Related posts

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

mahabharatanews

କାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀ

mahabharatanews

ଡାକ୍ତରଙ୍କ ଘରେ ବହୁ ପରିମାଣର ବିଦେଶୀ ମୁଦ୍ରା

mahabharatanews