(ମୁମ୍ବାଇ): ବଲିଉଡରେ ପୁଣି ଉଠିଲା କାଷ୍ଟିଂ କାଉଚ୍ ଚାପଟର୍ । ଏଥର ଏହି ବିବାଦରେ ଫସିଛନ୍ତି ନିର୍ଦ୍ଦେଶକ ସାଜିଦ୍ ଖାନ୍ । ତେବେ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କ ବିରୋଧରେ ଆସିଛି କାଷ୍ଟିଂ କାଉଚ୍ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଜଣେ ମଡେଲ୍ । ଉକ୍ତ ମଡେଲଙ୍କ ଅଭିଯୋଗ ଅନୁସାରେ,ସାଜିଦ ତାଙ୍କୁ ନିଜ ଫିଲ୍ମ ‘ହାଉସ୍ଫୁଲ୍-୪’ରେ ଆକ୍ଟିଂର ସୁଯୋଗ ଦେବା ପାଇଁ ଆପତ୍ତିଜନକ କାର୍ୟ୍ୟର ପ୍ରଲୋଭନ ଦେଖାଇଥିଲେ । ଏଥିସହ ତାଙ୍କ ଆଗରେ ପୋଷାକ ଖୋଲିବାକୁ ମଧ୍ୟ କହିଥିଲେ । ଖାଲି ସେତିକି ନୁହେଁ ତାଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିଲେ ବୋଲି ସମ୍ପୃକ୍ତ ମଡେଲ ନିଜ ଇନଷ୍ଟାଗ୍ରାମ୍ରେ ପୋଷ୍ଟରେ ଲେଖିଛନ୍ତି ।
previous post