ଅପରାଧ

କାଷ୍ଟିଂ କାଉଚ୍ ଅଭିଯୋଗରେ ଫସିଲେ ସାଜିଦ୍ ଖାନ୍

(ମୁମ୍ବାଇ): ବଲିଉଡରେ ପୁଣି ଉଠିଲା କାଷ୍ଟିଂ କାଉଚ୍ ଚାପଟର୍ । ଏଥର ଏହି ବିବାଦରେ ଫସିଛନ୍ତି ନିର୍ଦ୍ଦେଶକ ସାଜିଦ୍ ଖାନ୍ । ତେବେ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କ ବିରୋଧରେ ଆସିଛି କାଷ୍ଟିଂ କାଉଚ୍ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଜଣେ ମଡେଲ୍ । ଉକ୍ତ ମଡେଲଙ୍କ ଅଭିଯୋଗ ଅନୁସାରେ,ସାଜିଦ ତାଙ୍କୁ ନିଜ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ରେ ଆକ୍ଟିଂର ସୁଯୋଗ ଦେବା ପାଇଁ ଆପତ୍ତିଜନକ କାର୍ୟ୍ୟର ପ୍ରଲୋଭନ ଦେଖାଇଥିଲେ । ଏଥିସହ ତାଙ୍କ ଆଗରେ ପୋଷାକ ଖୋଲିବାକୁ ମଧ୍ୟ କହିଥିଲେ । ଖାଲି ସେତିକି ନୁହେଁ ତାଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିଲେ ବୋଲି ସମ୍ପୃକ୍ତ ମଡେଲ ନିଜ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟରେ ଲେଖିଛନ୍ତି ।

Related posts

ପ୍ରଭାତ ବେହେରା ହତ୍ୟାକାଣ୍ଡରେ ପୋଲିସର ବଡ଼ ସଫଳତା

mahabharatanews

ମୁହଁ ଖୋଲିଲେ ଶର୍ମିଷ୍ଠାଙ୍କ ମା; ହତ୍ୟା ପୂର୍ବରୁ ମାନସଙ୍କ ଶେଷ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା

mahabharatanews

ମା କୋଳରୁ ଛଡାଇ ନେଲା ଶିଶୁ; ଅଭିଯୋଗ ପରେ ଗିରଫ

mahabharatanews