ଓଡିଶା

ଭାସିଗଲା ଯବାନଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଯବାନ ମାନେ ଅପରେସନ ସାରି ଫେରିଲା ବେଳେ ଘଟିଲା ଏକ ବଡ ଦୁର୍ଘଟଣା । ଯେଉଁଥିରୁ ୩୦ ଯବାନ ଅଳ୍ପକେ ବର୍ତ୍ତିଛନ୍ତି । ସୁଚନା ଯେ, ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ରାଜ୍ୟ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଥିବା ଏକ ପୋଲ ଉପରେ ଲଗାଣ ବର୍ଷା ଯୋଗୁଁ ୨ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ସେତେବେଳେ ସେହି ପୋଲ ଦେଇ ଯବାନ ମାନେ ଅପରେସନ ସାରି ଫେରୁଥିବା ବେଳେ ସେମାନଙ୍କ ବସ୍ ପୋଲ ପାରି ହେବା ସମୟରେ ପୋଲ ତଳକୁ ଖସି ପଡି ଭାସି ଯାଇଥିଲା । ତେବେ ଭାସିବା ସମୟରେ କିଛି ଯବାନ ଗାଡିରୁ ବାହାରି ସାଥୀ ଯବାନ ମାନଙ୍କୁ ବସ୍ ରୁ ଉଦ୍ଧାର କରିଥିଲେ । ତେବେ ଏହି ଘଟଣାରେ ବେପରୁଆ ଗାଡି ଚାଳନା ଯୋଗୁଁ ହୋଇଛି ବୋଲି କୁହାଯାଉଛି । ଘଟଣାରେ କୌଣସି ଯବାନ ଆହାତ ହୋଇ ନଥିବା ଏବଂ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।

Related posts

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ୩ ବଖରା ଘର ପୋଡି ପାଉଁଶ

mahabharatanews

ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ

mahabharatanews

ଚାରୋଟି ବ୍ଲକରେ ବାର ଘଣ୍ଟିଆ ବନ୍ଦ ଡାକରା

mahabharatanews