ଓଡିଶା

୨ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ରାଜ୍ୟର ପାଣିପାଗରେ ଆସିବ ପରିବର୍ତ୍ତନ । ୨୦ ତାରିଖରୁ ତ୍ରାହି ମିଳିବ। ଏଥିସହିତ ରାତିରେ ହାଲ୍‌କା ଶୀତ ପଡ଼ିବା ଆରମ୍ଭ ହୋଇଯିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପ‌ାଳକ କହିଛନ୍ତି, ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା  ହୋଇପାରେ। ଅଭ୍ୟନ୍ତର ଜିଲ୍ଲାରେ ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୨୦ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଥଣ୍ଡା ଆରମ୍ଭ ହେବ। ଆଜି ସକାଳେ ଆରବ ସାଗର ଓ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

Related posts

ଖୋଲିବ ଲିଙ୍ଗରାଜ ମନ୍ଦିର

mahabharatanews

ହୋଟେଲ କାର୍ଯ୍ୟାଳୟରୁ ଚୋରି ଘଟଣା: ୩୨ ଲକ୍ଷ ଟଙ୍କା ଓ ୪ଟି ମୋବାଇଲ ଫୋନ ଜବତ

mahabharatanews

ହୋଟେଲ୍ ଛାତରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

mahabharatanews