Uncategorized

ପଦାର୍ଥ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

(ନୂଆଦିଲ୍ଲୀ): ଚଳିତବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ବିଜେତାଙ୍କ ନାମ ଘୋଷଣା ହୋଇଛି । ଏଥର ଯୁଗ୍ମ ଭାବେ ୩ ଜଣଙ୍କ ନାମ ଏହି ସର୍ବୋଚ୍ଚ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ସେମାନେ ହେଲେ ରୋଜର ପେନରୋଜ, ରେନହାର୍ଡ ଗେନଜେଲ ଓ ଆଣ୍ଡ୍ରିଆ ଗେଜ । ଏହି ପଦାର୍ଥ ବୈଜ୍ଞାନିକମାନଙ୍କୁ ସ୍ୱର୍ଣ୍ଣ ପଦକ ସହ ପୁରସ୍କାର ରାଶି ବାବଦ ୧.୧ ମିିଲିୟନ ଡଲାର ପ୍ରଦାନ କରାଯିବ । ଚତୁର୍ଥ ମହିଳା ଭାବେ ଆଣ୍ଡ୍ରିଆ ଗେଜ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବେ । ଏହା ପୂର୍ବରୁ ଡୋନା ଷ୍ଟ୍ରିକଲ୍ୟାଣ୍ଡ, ମାରିଆ ଗୋପର୍ଟ ମେୟର ଓ ମେରୀ କ୍ୟୁରି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଛନ୍ତି ।
ସୂଚନାଯୋଗ୍ୟ, ମେଡିସିନ କ୍ଷେତ୍ରରେ ଉପଲବ୍ଧି ପାଇଁ ଯୁଗ୍ମ ଭାବେ ୩ ଜଣ ବୈଜ୍ଞାନିକଙ୍କୁ ଚଳିତବର୍ଷ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି । ହେପାଟାଟ୍ସ ସି ଭାଇରସ ଆବିଷ୍କାର ପାଇଁ ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Related posts

ବିଦେଶରୁ ଫେରି ଆଇସୋଲେସନରେ ରହିଲେ ସୁରେଶ ପ୍ରଭୂ

mahabharatanews

ଏନସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଇସ୍ତଫା ଘୋଷଣା

mahabharatanews

ଦେଶର ସମସ୍ତ ସମବାୟ, ରାଜ୍ୟ ସହକାରୀ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବା ନିଶ୍ଚିତ

mahabharatanews