ଓଡିଶା

ଭୁବନେଶ୍ୱରରୁ ଆଉ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ

(ଭୁବନେଶ୍ୱର/ମହାଭାରତ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରୁ ଆଜି ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ କ୍ୱାରେଣ୍ଟାଇନରୁ ୧୧୬ ଜଣ ରହିଥିବା ବେଳେ ୨୪୯ ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଏହାଛଡା ଆଜି ୩୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଯୋଗ୍ୟ, ଆଜି ସୁଦ୍ଧା ବିଏମସି ଅଞ୍ଚଳରୁ ୨୩ ହଜାର ୯୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାର ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୫୭୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ ବିବାଦ

mahabharatanews

ବଢିଲା ବାଚସ୍ପତିଙ୍କ ଏବଂ ଉପବାଚସ୍ପତିଙ୍କ ଦରମା

mahabharatanews

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ : ଶ୍ରୀମନ୍ଦିରରେ ଗୁଜ ଅନୁକୁଳ ନୀତି

mahabharatanews