ଓଡିଶା

୯ରେ ମହାପ୍ରଭୁଙ୍କ ବନକଲାଗି ନୀତି 

(ପୁରୀ) : ଆସନ୍ତା ୯ ତାରିଖରେ ହେବ ବନକଲାଗି ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।  ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ହୋଇଛି।

ସୂଚନାନୁଯାୟୀ , ପ୍ରତି ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି। ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ ।  ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ଯୋଗାଇ ଦିଅନ୍ତି। ମହାସ୍ନାନ ପାଇଁ ପଂଚାମୃତ ଯୋଗାଇ ଦିଆଯାଇଥାଏ । ୭ ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି ।  ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି।  ପ୍ରାୟ ୨ ଘଣ୍ଟା ଧରି ବନକଲାଗି କରି ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ଦତ୍ତ ସେବକ। ଏହା ପରେ ପାଳିଆ ମେକାପ ରତ୍ନ ସିଂହାସନକୁ ଖାଇଥାନ୍ତି ।

Related posts

ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ

mahabharatanews

ପୁରୀରୁ ଗିରଫ TMCର ପୂର୍ବତନ କାଉନସିଲର!

mahabharatanews

ଦଶପଲ୍ଲାରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ଓ “ସମର ସତ୍ତା ଦିବସ” ପାଳିତ

mahabharatanews