ଓଡିଶା

ଉପଲବ୍ଧ ହେବ ମହାପ୍ରସାଦ

ପୁରୀ  : ମହାମାରୀ କରୋନା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ମନ୍ଦିର ବନ୍ଦ ରହିବା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମହାପ୍ରସାଦ ମିଳୁନଥିଲା । ଭକ୍ତ ଜଗନ୍ନାଥଙ୍କ ଦର୍ଶନ ଓ ମହାପ୍ରସାଦ ନ ପାଇ ବ୍ୟାକୁଳ । ଜଗନ୍ନାଥ ମନ୍ଦିର ଖୋଲିବାକୁ ନେଇ କୌଣସି ସୂଚନା ନାହିଁ । ଏହା ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରୁଥିବା ବେଳେ କିନ୍ତୁ ଏକ ଖୁସି ଖବର ଆସିଛି । ଦୀର୍ଘ ୭ମାସ ପରେ ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ମିଳିବ । ଭକ୍ତମାନେ ବରାଦ ଦେଇ ମହାପ୍ରସାଦ ପାଇପାରିବେ । ଏନେଇ ସୁଆର ମହାନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ ବୋଲି କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି । ଦୀର୍ଘ ସାତ ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତ, ସେବାୟତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିବା ଦାବି ନେଇ ମଧ୍ୟ ଅଭିନବ ପ୍ରତିବାଦମାନ କରାଯାଇଥିଲା । ଯାହା ଫଳରେ ପ୍ରଶାସନ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ।

 

Related posts

ପିଲା ସ୍କୁଲ ଯାଉଥିବା ବେଳେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ

mahabharatanews

ରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସ

mahabharatanews

ରିଲିଜ ହେଲା  ମିଲେଟ୍କୁ ନେଇ ଏକ ମନଲୋଭା ଗୀତ

mahabharatanews