ଓଡିଶା

ବେଳାଭୂମିରୁ ମୃତ ତିମି ଉଦ୍ଧାର

ଗଞ୍ଜାମ: ଜିଲ୍ଲାର ବଟେଶ୍ୱର ବେଳାଭୂମିରୁ ଏକ ମୃତ ତିମି ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲାର ଖଲିକୋଟ ବନ ବିଭାଗ ରେଞ୍ଜ ନିକଟରେ ଥିବା ବଟେଶ୍ୱର ବେଳାଭୂମିରେ ପ୍ରାୟ ୩୦ ଫୁଟ ଲମ୍ବା ଏକ ମୃତ ତିମିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଏସଂପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ ।
ଖବରପାଇ ବଟେଶ୍ୱର ବେଳାଭୂମିରେ ବନ ବିଭାଗ କର୍ମ·ରୀମାନେ ପହଞ୍ଚିଥିଲେ ଏବଂ ସେଠାରୁ ଉକ୍ତ ମୃତ ତିମିକୁ ଉଦ୍ଧାର କରିଥିଲେ । ତେବେ କିପରିଭାବେ ଏହି ତିମିର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ । ଏବେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତ ତିମିର ପୋଷ୍ଟମର୍ଟମ କରାଯିବ ବୋଲି ଜଣାଯାଇଛି । ଏହାପରେ ହୁଏତ ମୃତ ତିମିର ମୃତ୍ୟୁ ରହସ୍ୟ ଖୋଲିବ ବୋଲି କୁହାଯାଉଛି । ବନ ବିଭାଗ ପକ୍ଷରୁ ଏସଂପର୍କରେ ତଦନ୍ତ ଅ ।ରମ୍ଭ ହୋଇଛି ।

Related posts

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

mahabharatanews

ପୁରୀରୁ ଆଉ ୮୬ କରୋନା ପଜିଟିଭ ଚିହ୍ନଟ

mahabharatanews