Uncategorized

ଗୁଫକାର ଘୋଷଣା ଦେଶ ବିରୋଧରେ ନୁହେଁ ବିଜେପି ବିରୋଧରେ: ଫାରୁଖ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁନଃ ପ୍ରତିଷ୍ଠା ଓ ବିଜେପିକୁ ବିରୋଧ କରିବା ପାଇଁ ହୋଇଥିବା ଗୁପକାର ଘୋଷଣାର ସଭାପତି ହୋଇଛନ୍ତି ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା. ଉପ ସଭାପତି. ପିଡିପି ମୁଖ୍ୟ ମେହବୁବା ମୁଫତି ଓ ପିପୁଲ୍ସ କନଫରେନ୍ସର ନେତା ସାଜଦ ଲୋନଙ୍କୁ ମୁଖପାତ୍ର ।
ଆଜି ଏହି ନିଯୁକ୍ତି ପରେ ଫାରୁକ ଅବଦୁଲ୍ଲା କହିଛନ୍ତି, ଗୁପକାର ଘୋଷଣାନାମା ଦେଶ ବିରୋଧୀ କହିବା ସଂପୂର୍ଣ୍ଣ ଭୁଲ। ଆମେ ବିଜେପି ବିରୋଧୀ। ବିଜେପିକୁ ବିରୋଧ କରିବା ଦେଶକୁ ବିରୋଧ କରିବା ନୁହେଁ। ସେମାନେ ଦେଶକୁ ଓ ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି। ଜମ୍ମୁ-କଶ୍ମୀରବାସୀଙ୍କ ଅଧିକାରକୁ ଫେରାଇ ଦିଆଯାଉ ବୋଲି ଆମେ ଦାବି କରୁଛୁ। ଆମେ ଯେତେବେଳେ ଧାରା ୩୭୦ ଫେରାଇ ଆଣିବା କଥା କହୁଛୁ ସେତେବେଳେ ଜମ୍ମୁ ଓ ଲଦାଖର ସ୍ୱତନ୍ତ୍ରତା କଥା ମଧ୍ୟ କହୁଛୁ । ସେହିପରି ନୂଆ ମୁଖପାତ୍ର ଲୋନ କହିଛନ୍ତି, ଆମେ ଖୁବଶୀଘ୍ର ଜମ୍ମୁ-କଶ୍ମୀରର ରିଏଲିଟି ଉପରେ ଶ୍ୱେତପତ୍ର ଜାରି କରିବୁ। ଆମ ପାଖରେ କ’ଣ ଥିଲା ଓ ସେମାନେ ଆମ ଠାରୁ କ’ଣ ନେଇଗଲେ, ସେକଥା ଆମେ ସମସ୍ତଙ୍କୁ ଜଣାଇବୁ।

 

Related posts

ନବରଙ୍ଗପୁରକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧିନରେ ଡାକ୍ତରଙ୍କ ଟିମ୍

mahabharatanews

କେନାଲ ନିର୍ମାଣରେ ମିଶୁଛି ମାଟି ମିଶ୍ରିତ ବାଲି

mahabharatanews

ଇଫକୋ କାରଖାନାରେ ଗ୍ୟାସ ଲିକ: ୨ ମୃତ, ୧୫ ଗୁରୁତର

mahabharatanews