Uncategorized

ଜମ୍ମୁ କାଶ୍ମୀରର ପହଲଗାମରେ ଭୂକମ୍ପର ଝଟ୍‌କା

ଶ୍ରୀନଗର: ଶନିବାର ଭୋର ସମୟରେ ଥରିଉଠିଲା ଜମ୍ମୁ ଓ କାଶ୍ମୀର । ଜମ୍ମୁ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଆଜି ଭୋର ୪ଟା ୨୯ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ନାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି, ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଭୋରୁ ଭୋରୁ କମ୍ପନ ହେବାରୁ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ତେବେ ଏହି ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

 

Related posts

୦.୨୫% ହ୍ରାସ ପାଇଲା ରିଭର୍ସ ରେପୋ ରେଟ୍ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews