ଅପରାଧ

୩ ମହଲା କୋଠା ଲୁହା ରେଲିଂରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଛାତି ଉପରେ ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲି ଯାଇଛି । ଏକ ଆପାଟମେଣ୍ଟର ୩ ମହଲା କୋଠାର ଲୁହା ରେଲିଂରେ ଏକ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସକାଳୁ କୋଠାରୁ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ମୃତଦେହଟି ପିପିଲି ଅଞ୍ଚଳର ଜାଜୁଲ୍ୟ ନାଥଙ୍କର । ସେ ଏକ କନଷ୍ଟ୍ରେକସନ କମ୍ପାନୀରେ କାମ କରୁଥିଲେ ଓ ସହିଦ ନଗରରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଆଜି ସକାଳୁ ପାଖ ପଡିଶା ତାଙ୍କ ମୃତଦେହ ବାଲକୋନୀ ରେଲିଂରୁ ଝୁଲୁଥିବା ଦେଖିବାକୁ ପାଇଥିଲେ ।

by shila

Related posts

୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ

mahabharatanews

ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଗିରଫ

mahabharatanews

ସ୍କୁଲ ଫି ପାଇଁ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ

mahabharatanews