ଅପରାଧ

୩ଲକ୍ଷ ଟଙ୍କା ସହ ୩ ଯନ୍ତ୍ରୀ ଅଟକ

ନବରଙ୍ଗପୁର: ଏକା ଥରକେ ତିନି ସରକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ । ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ୩ ଯନ୍ତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ସହ ଅଟକ ରଖି ଚଳାଇଛି ଛାନଭିନ । ଏହି ଯନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା।
ଗତକାଲି ସଂଧ୍ୟାରେ ଏହି ତିନି ଯନ୍ତ୍ରୀ ଅଫିସ ବଲେରୋରେ ପାପଡାହାଣ୍ଡି ଯାଉଥିଲେ । କିନ୍ତୁ ସେମାନଙ୍କୁ ନବରଙ୍ଗପୁର ଭିଜିଲାନ୍ସର ଏକ ଦଳ ପାପଡାହାଣ୍ଡି ମୃଗ ବିହାର ନିକଟରେ ଅଟକାଇ ଗାଡି ଯାଞ୍ଚ କରିବାରୁ ଗାଡିରୁ ୩ ଲକ୍ଷ ୧୧ ହଜାର ଟଙ୍କା ପାଇଥିଲେ । ଭିଜିଲାନ୍ସ ଦଳକୁ ଟଙ୍କା ସମ୍ପର୍କରେ ପଚରା ଯିବାରୁ ସେହି ଟଙ୍କା ପ୍ରମୋଦ କୁମାରଙ୍କର ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ସମସ୍ତ ୩ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ଏତେ ଟଙ୍କା କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲେ ଆଦିର ସୂତ୍ର ଖୋଜୁଛି ଭିଜିଲାନ୍ସ ।

SR

 

Related posts

କବାଟ ତାଡ଼ି ଲକ୍ଷାଧିକ ଟଙ୍କା ସହ ସୁନାଗହଣ। ଚୋରି

mahabharatanews

୨୦ ହଜାର ଟଙ୍କାର ଶିମିଳି ପଟା ଜବତ

mahabharatanews

ଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ ଗିଫ୍ଟ ଦେବା ପାଇଁ କରୁଥିଲେ ଗଞ୍ଜେଇ ଚାଲାଣ

mahabharatanews