ଓଡିଶା

କେଉଁ ବାରରେ ଦେବା କେଉଁ ଭୋଗ

ଭଗବାନଙ୍କ ପାଖରେ ପୂଜାର୍ଚ୍ଚନା କରିବା ସମୟରେ ଭୋଗ ଲଗାଇବା ଏକ ସ୍ୱତନ୍ତ୍ର ବିଧି ରହିିଛି। ନିୟମିତ ଫଳ ଭୋଗ ହେଉ ଅଥବା ମିଶ୍ରି ଭଗବାନଙ୍କ ସମ୍ମୁଖରେ ଅର୍ପଣ କରାଯାଇଥାଏ। ମାତ୍ର ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ ଭଗବାନଙ୍କ ବିଶେଷ କୃପା ଓ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ।
 ଆସନ୍ତୁ ଜାଣିବା କେଉଁ ବାରରେ କେଉଁ ଭୋଗ ଭଗବାନଙ୍କ ପାଖରେ ଅର୍ପଣ କରାଯାଏ ।
ସୋମବାର –କଦଳୀ ଓ କଞ୍ଚା କ୍ଷୀର ଭୋଗ କଲେ ବହୁ ଶୁଭ ଫଳ ମିଳିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ।
ମଙ୍ଗଳବାର –ଉଖୁଡ଼ା ଓ ଖଇ କିମ୍ବା ଖାଲି ଉଖୁଡ଼ା ମଧ୍ୟ ଭୋଗ କଲେ, ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ବୁଧବାର –ହଳଦୀ ରଙ୍ଗର ଯେକୌଣସି ଲଡ଼ୁ ଭୋଗ କଲେ ବିଦ୍ୟା ଓ କର୍ମକ୍ଷେତ୍ରରେ ବହୁ ଉନ୍ନତି ହୋଇଥାଏ।
ଗୁରୁବାର – ଛେନା ଭୋଗ କରିବା ଦ୍ୱାରା ଗୃହରେ ଆର୍ଥିକ ଅବସ୍ଥାରେ ବହୁ ଉନ୍ନତି ହୋଇଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ହୋଇଥାଏ।
ଶୁକ୍ରବାର – ଯେକୌଣସି ହଳଦୀ ରଙ୍ଗର ମିଠା ଭୋଗ କଲେ, ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖୁବ ଭଲ ରହିଥାଏ।
ଶନିବାର – ରାଶି ଲଡ଼ୁ କିମ୍ବା ଉଖୁଡ଼ା ଭୋଗକଲେ ବହୁ ଶୁଭ ଫଳ ମିଳିଥାଏ।
ରବିବାର –ଯେକୌଣସି ମିଠା ଭୋଗ କଲେ ଭଗବାନଙ୍କ ବିଶେଷ କୃପା ମିଳିବା ସହ ବହୁ ଉନ୍ନତି ହୋଇଥାଏ।

 

Related posts

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

mahabharatanews

ଅବକାରୀ ବିଭାଗର ଚଢ଼ାଉ

mahabharatanews

ନଭେମ୍ବର ୧୬ ରୁ ୩୦ ଯାଏଁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି

mahabharatanews