ଓଡିଶା

ବଲେରୋ ଦୁର୍ଘର୍ଟଣାଗ୍ରସ୍ତ: ୪ ମୃତ, ୪ ଆହତ

କେନ୍ଦୁଝର: ଏକ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗତ ରାତିରେ କେନ୍ଦୁଝର ଜିଲ୍ଲା ପଣ୍ଡା ଥାନା ସୋମଗିରି ନିକଟରେ ଏକ ବଲେରୋ ଏକ ଗଛରେ ଧକ୍କା ଖାଇ ୧୦ ଫୁଟ ତଳକୁ ଖସିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତାହତମାନେ ମୟୂରଭଞ୍ଜ ଜିଲ୍ଲା ହାଟବାଦଳାର ଟେଣ୍ଟପଶି ଗାଁର। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଗୋରୁ କିଣିବାକୁ ଯାଉଥିବା ଏହି ଦୁର୍ଘଟଣା ଘଟିଛି ।
ଖବର ପାଇ ପଣ୍ଡାପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଆହତମାନେ ହେଲେ ରେବତୀ ରାଜ, ସୁରେନ୍ଦ୍ର ମାରାଣ୍ଡି , ମାଟା ନାଏକ ଓ ଏସ. କେ କମର। ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଛି। ।

Related posts

୭ ଜିଲ୍ଲାରେ ଭୀଷଣ ବର୍ଷିବ

mahabharatanews

ଆଜି ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି

mahabharatanews

କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛି

mahabharatanews