ଓଡିଶା

ସୀମାନ୍ତ ଚେକିଂ ପଏଣ୍ଟରେ ଆରଟିଓମାନେ ଚେକିଙ୍ଗ କରିବେ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଦ୍ୱିତୀୟ କରୋନା ଲହରୀକାଳରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଛତିଶଗଡକୁ ବସ ଚଳାଚଳ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଏ ନେଇ ଚିଠି ଲେଖିଛନ୍ତି । ଆମେ ଏହା ଉପରେ ତର୍ଜମା କରି ନିଷ୍ପତ୍ତି ନେବୁ । ବିଭାଗ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯାଇ ପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଏଥିସହ ଛତିଶଗଡ ସୀମାନ୍ତରେ ଥିବା ଚେକିଂ ପଏଣ୍ଟରେ ଆରଟିଓମାନେ ଚେକିଙ୍ଗ କରିବେ । ଯାହା ଗାଇଡ଼ ଲାଇନ ରହିଛି ତାକୁ ଆଧାର କରି ଚେକିଙ୍ଗ କରାଯିବ । ବଢ଼ୁଥିବା କୋରନା ସଂକ୍ରମଣ ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କଣ କଟକଣା କରାଯିବ ସେ ନେଇ ଆମେ ଆଲୋଚନା କରୁଛୁ । ଖୁବଶୀଘ୍ର ଏ ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ।

 

Related posts

5T ଅଧ୍ୟକ୍ଷଙ୍କୁ ଭେଟିଲେ ଟନେଲ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ 

mahabharatanews

ଶ୍ରୀଜଗନ୍ନାଥ ଜମି ବିକ୍ରି ନିୟମକୁ ବିରୋଧ

mahabharatanews

ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର

mahabharatanews