ଓଡିଶା

କୁକୁର ଏବଂ ବିଲେଇ ମଧ୍ୟରେ ଅହେତୁକ ପ୍ରେମ

ତାରାକାନ୍ତ ନାୟକ / ସାଲେପୁର: ମା’ ଏକ ପବିତ୍ର ଶବ୍ଦ । ମା’ ଏକ ଅମୃତ ସ୍ୱର, ମା’ ଡାକରେ ଭରି ରହିଛି ଶକ୍ତି । ମା’ ସ୍ନେହରେ ମିଳିଥାଏ ଅପୂର୍ବ ଆନନ୍ଦ। କିନ୍ତୁ ପରିତାପର ବିଷୟ ଆଜିର ସମାଜରେ ପ୍ରାୟତଃ ମଣିଷ ହଜେଇ ଦେଇଛି ତାର ମଣିଷ ପଣିଆକୁ । ମଣିଷ ନିଜ ରକ୍ତର ସମ୍ପର୍କକୁ ଭୁଲି ଯାଉଥିବା ବେଳେ, ନିରୀହ ପଶୁଙ୍କ ପାଖରେ ଦେଖିବାକୁ ମିଳିଛି ମାଆର ପ୍ରେମ, ଭଲ ପାଇବା, ପ୍ରେମର ଆବିଳତା ଏବଂ ମାଆର ମମତା । କୁକୁର ବିଲେଇ ମଧ୍ୟରେ ଅହି ନକୁଳ ସଂପର୍କ ରହିଥିବା ବେଳେ ଏହାର ଓଲଟା ପ୍ରତିଫଳକ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମାଛୁଆତି ଗ୍ରାମରେ ମା’ କୁକୁରଟି ମା’ର ମମତାକୁ ପରିପ୍ରକାଶ କରି ଆପଣାର କରିନେଇଛି ବିଲେଇ ଛୁଆଟିକୁ । ମା’ର ମମତା ପାଇ ଖୁସିରେ ବିଭୋର ହୋଇଯାଇଛି ବିଲେଇ ଛୁଆଟି।  ମା’ କୁକୁରଟି ଅତି ଖୁସିରେ ବିଲେଇ ଛୁଆଟିକୁ ସ୍ତନ ପାନ କରାଉଥିବା ଦୃଶ୍ୟଟି ଉପସ୍ଥିତ ଲୋକମାନଙ୍କୁ ବିମୋହିତ କରୁଥିବା ବେଳେ ଆଜିର ମଣିଷ ନିଜର ମାନବିକତା ହରାଇ ନିଜର ଜନ୍ମ କଲା ମା’,ବାପା, ନିଜର ରକ୍ତ ସଂପର୍କକୁ ଭୁଲି ଯାଉଛି । ଆଜିର ମଣିଷ ଏହି ନିରୀହ ପଶୁଙ୍କଠାରୁ ସଂପର୍କ କିପରି ରକ୍ଷା କରାଯାଏ ତାହା ଶିଖନ୍ତୁ ।

Related posts

ଶାଳ କାଠ ଚାଲାଣ ବେଳେ ୪ ଗିରଫ

mahabharatanews

କେଉଁଝର ଦୁର୍ଘଟଣା : ପୀଡ଼ିତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

କେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ୱ ଶ୍ରମିକ ଦିବସ

mahabharatanews