ଓଡିଶା

ସୁନ୍ଦରଗଡରେ ତୃତୀୟ ଲହର ଆରମ୍ଭ

ଭୁବନେଶ୍ୱର: ଦେଶକୁ କରୋନାର ତୃତୀୟ ଲହର ଆସିବାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନଥିବା ବେଳେ କିନ୍ତୁ କେହି କହୁଛନ୍ତି ସେପ୍ଟେମ୍ବରକୁ ତ କେହି ଅଗଷ୍ଟରେ ତ୍ୟତୀୟ ଲହର ଆସିବ ବୋଲି କହୁଛନ୍ତି । ଏପରି ସମୟରେ ସୁନ୍ଦରଗଡରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କୁହାଯାଉଛି । ଚେନ୍ନାଇସ୍ଥିତ ମାଥେମାଟିକାଲ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ତୃତୀୟ ଲହର ଆରମ୍ଭ ହୋଇ ଗଲାଣି । ମୁଖ୍ୟତଃ ସୁନ୍ଦରଗଡରେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଇଛି । କାରଣ ସୁନ୍ଦରଗଡରେ କରୋନାର ଆର ଫ୍ୟାକ୍ଟର ଅଧିକ ଥିବା କୁହାଯାଇଛି ।
କରୋନାର ଆର ଫ୍ୟାକ୍ଟର ଏକ ପରିସଂଖ୍ୟାନ । ଜଣେ ବ୍ୟକ୍ତି କେତେଜଣଙ୍କୁ ସଂକ୍ରମଣ କରିବାର କ୍ଷମତା ରଖୁଛି ତାହା ଉପରେ ଏହି ଆର ଭ୍ୟାଲୁ ନିର୍ଦ୍ଧାରିତ ହୋଇଥାଏ । ମାଥେମାଟିକାଲ ସର୍ଭେ ରିପୋର୍ଟ ଅନୁଯାୟୀ ୪ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ଆର ଫ୍ୟାକ୍ଟର ୧.୧୩ ରହିଛି, ଯାହା ଜୁନ ୩୦ରୁ ଜୁଲାଇ ୪ ମଧ୍ୟରେ ୦.୮୨ ପ୍ରତିଶତ ରହିଥିଲା । ଏହି ଆର ଫ୍ୟାକ୍ଟର ୧ ଉପରକୁ ରହିଲେ ଏହା ବିପଦର ସଙ୍କେତ ବୋଲି ଧରାଯାଇଛି । କିନ୍ତୁ ସୁନ୍ଦରଗଡରେ ଏହା ବିପଦ ସଙ୍କେତ ଉପରେ ରହିଛି ।
ତେବେ ସୁନ୍ଦରଗଡ ସିଡିଏମଓ କହିଛନ୍ତି, ତୃତୀୟ ଲହର ଆସିଲାଣି କି ନାହିଁ ତାହା ଜଣାନାହିଁ । ତେବେ ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ତୃତୀୟ ଲହରରେ ଶିଶୁଙ୍କ ପ୍ରତି ବିପଦ ରହିଥିବାରୁ ଶିଶୁ ଓ ଗର୍ଭବତୀଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଗର୍ଭବତୀଙ୍କ ଟୀକାକରଣ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲା ପ୍ରଶାସନ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ । ଦ୍ୱିତୀୟ ଲହର ପଡୋଶୀ ଛତିଗଡରୁ ବ୍ୟାପିଥିବାରୁ ଆମେ ସୀମାନ୍ତ ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି ।

Related posts

ଚାରିଦ୍ୱାର ଖୋଲିବା ପ୍ରସଙ୍ଗ: କଂଗ୍ରେସ କରିବ ‘ତୁଳସୀ ଯାତ୍ରା’

mahabharatanews

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews

ଫେରିଲେ ୫ଜଣ ମତ୍ସ୍ୟଜୀବୀ

mahabharatanews