Uncategorized

 ମୌସୁମୀ ଅଧିବେଶନ ଆରମ୍ଭ 

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ମୌସୁମୀ ଅଧୀବେଶନ । ଏହି ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ମୋଟ ୧୯ ଦିନର କାର୍ଯ୍ୟ ଦିବସ ସହ ଅନୁଷ୍ଠିତ ହେବ । ଅଧିବେଶନରେ ସରକାର ୨୯ଟି ବିଧେୟକ ଆଗତ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ୬ଟି ଅଧ୍ୟାଦେଶକୁ ଆଇନର ରୂପ ଦିଆଯିବ । ଅନ୍ୟପଟେ ବିରୋଧୀ ସରକାରକୁ ଘେରିବାକୁ ଏକାଧିକ ପ୍ରସଙ୍ଗରେ ପ୍ରସ୍ତୁତ ରହିଛନ୍ତି । ବିଶେଷ କରି ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିବେ ବିରୋଧୀ । କୋଭିଡ୍ ଦ୍ୱିତୀୟ ଲହର ପରିଚାଳନା ଓ ଟୀକା ଅଭାବ ପ୍ରସଙ୍ଗକୁ ଉଠାଇ ବିରୋଧୀ ସରକାରକୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି । ଏହା ବ୍ୟତୀତ କୃଷି ଆଇନ୍ ଓ ଚାଷୀ ଆନ୍ଦୋଳନକୁ ମଧ୍ୟ ଉଠାଇବେ । ବିରୋଧୀର ମୁକାବିଲା ପାଇଁ ଏନଡିଏ ବି ପ୍ରସ୍ତୁତ ଥିବା କୁହାଯାଉଛି।

 

Related posts

ପୁରୋହିତ ପ୍ରସ୍ତୁତ ନାହାନ୍ତି ଚାରିଧାମ ଯାତ୍ରା ପାଇଁ 

mahabharatanews

ଡବ୍ଲୁଏଚଓ ୧୦ ଜଣିଆ ବିଶେଷଜ୍ଞ ଦଳକୁ ଉହାନ ଯିବାକୁ ଚୀନର ବାରଣ

mahabharatanews

ଅଙ୍ଗନୱାଡ଼ି ହିତାଧିକାରୀଙ୍କୁ ମିଳୁଛି କମ ଓଜନର ସାମଗ୍ରୀ ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଚୁପ୍

mahabharatanews