ଭୁବନେଶ୍ୱର: ଦେଶରେ ସର୍ବଶ୍ରେଷ୍ଠ ଆଇଟିଆ ମଧ୍ୟରେ ରାଜ୍ୟର ୬ ଟି ଆଇଟିଆଇ ଅଛି । ସେହିପରି ୨୦୨୦ ହୋଇଥିବା ଆଇଟିଆଇ ପରୀକ୍ଷାରେ ଦେଶର ୧୦ କୃତ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଅଛନ୍ତି । ଆଇଟିଆଇ ଓ ପଲିଟେକ୍ନୋଲୋଜିରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ।
ଶ୍ରୀ ନାୟକ କହିଛନ୍ତି, ଆଜି ଆଇଟିଆଇରେ ଆଧୁନିକ ଯନ୍ତ୍ରପାତି ବିଶିଷ୍ଟ କର୍ମଶାଳା, ତାଲିମପ୍ରାପ୍ତ ଶିକ୍ଷକ ଏବଂ ଆବାସିକ ସୁବିଧା ରହିଛି । ଆଇଟିଆଇ ପ୍ରତିଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି । ରାଜ୍ୟ ସରକାର ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢିଙ୍କୁ ଶସକ୍ତ କରିବା ପାଇଁ ପ୍ରୟାସ କରିଛନ୍ତିି । ଚଳିତ ୨୦୨୧-୨୦୨୨ ବର୍ଷରେ ରାଜ୍ୟରେ ମୋଟ ୧୮, ୨୫୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ବୋଲି ସେ କହିଛନ୍ତି । ଶିକ୍ଷକ, ବୁଦ୍ଧିଜୀବୀଏବଂ ଅଭିଭାବକମାନଙ୍କୁ ଆଇଟିଆଇ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗର ସଚିବ ହେମନ୍ତ ଶର୍ମା ବିଭିନ୍ନ କଲେଜର ଅଧ୍ୟକ୍ଷ ଏବଂ ଘରୋଇ ଇନିଞ୍ଜିନିୟରିଂ ସ୍କୁଲ ସଙ୍ଗଠନର ପ୍ରତିନିଧିମାନଙ୍କୁ ଏହି ପ୍ରଚାର ଅଭିଯାନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।
previous post
