ଅପରାଧ

ସ୍ତ୍ରୀ କରୁଥିଲା ରାସଲିଳା ! ପହଞ୍ଚିଗଲା ସ୍ୱାମୀ ତାପରେ …..

(କେରଳ) ; ସ୍ତ୍ରୀ ଲୁଚି ଲୁଚି କରୁଥିଲା ରାସଲୀଳା ! ସ୍ୱାମୀ ପହଞ୍ଚିଗଲେ ଜାଗା ଉପରେ ଆଉ ସ୍ତ୍ରୀର ପ୍ରେମିକର ପ୍ରାଇଭେଟ ପାର୍ଟରେ ଗୁଳି ମାଡ କଲେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳର ମୁଣ୍ଡାକାଭୁ ନିକଟ ଚେଙ୍ଗଗାନୁର ଜିଲ୍ଲାରେ । ସୂଚନା ମୁତାବକ ୪୫ ବର୍ଷୀୟ ପୀଡିତା ଅଭିଯୁକ୍ତଙ୍କ ପତ୍ନୀଙ୍କ ସହ ମୁଣ୍ଡକାଭୁରେ ରହୁଥିଲେ । ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀ ଛାଡପତ୍ର ପାଇଁ ପରସ୍ପର ଆବେଦନ କରିସାରିଛନ୍ତି ।କିନ୍ତୁ ଶନିବାର ଦିନ ସ୍ୱାମୀ ମୁଣ୍ଡକାଭୁରେ ପହଞ୍ଚି ପ୍ରେମିକ ସହ ସ୍ତ୍ରୀର ରାସଲୀଳାକୁ ଭଣ୍ଡୁର କରିଥିଲା । ଉଭୟଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ୱାମୀଙ୍କ ରାଗ ବ୍ରହ୍ମ ଚଣ୍ଡାଳରେ ପରିଣତ ହୋଇଯାଇଥିଲା । ରାଗି ଯାଇ ପ୍ରେମିକର ପ୍ରାଇଭେଟ ପାର୍ଟକୁ ନିଜର ଏୟାର ପିସ୍ତଲରୁ ଗୁଳିମାଡ କରିଥିଲେ । କିଛି ମିନିଟ୍ ପରେ ପ୍ରେମିକଙ୍କୁ ଥିରୁଭାଲାର ଏକ ଘରୋଇ ମେଡିକାଲ୍ କଲେଜ ନିଆଯାଇଥିଲା ।ଠିକ ସମୟରେ ପହଞ୍ଚିବାରୁ ଓ ସାମାନ୍ୟ ଆହତ ହୋଇଥିବାରୁ ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ହଠାତ୍ ତାଙ୍କର ଯନ୍ତ୍ରଣା ବଢିବାରୁ କିଛି ଘଣ୍ଟା ପରେ ଉକ୍ତ ଡାକ୍ତରଖାନାକୁ ଫେରିଥିଲେ । ଘଟଣାରେ କୌଣସି ଲିଖିତ ଅଭିଯୋଗ ଗ୍ରହଣ କରାଯାଇ ନ ଥିବାରୁ ଏ ବାବଦରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ ।

Related posts

ଅତିକ ବ୍ରଦର୍ସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ପିଟିସନ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ

mahabharatanews

ସରକାରୀ ପାଣ୍ଠିର ଅପବ୍ୟବହାର କରି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

mahabharatanews

ଜୁଆ ଖେଳ ବେଳେ ଚଢାଉ: ୬ ଗିରଫ, ୧୩ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ

mahabharatanews