ଓଡିଶା

କଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକ

(ବ୍ରହ୍ମପୁର) ; କଥାରେ ଅଛି ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞାମ ଜିଲ୍ଲା ସୋରଡା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କ୍ଷେତ୍ରରେ । କରୋନା କଟକଣାକୁ ଫୁ କରି ଉଡେଇ ଦେଇଛନ୍ତି ଖୋ୍ଦ ଶାସକ ଦଳର ବିଧାୟକ । ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ । ଏହି ଭିଡିଓଟି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।
ସୂଚନାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ ।ତେବେ ଏଥିରେ ଅଜସ୍ର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିଲା ଖାଦ୍ୟ ।କୋଭିଡ୍ ନିୟମ ଉଲ୍ଲଂଘନ କରି ଭୋଜି ଖାଇବାକୁ ଧାଡ଼ି ଲଗାଇଛନ୍ତି ଜଣଙ୍କ ପାଖରେ ଆଉ ଜଣେ ବସିଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଅମୃତୁଲୁ ଗାଁର ଏ ଦୃଶ୍ୟ । ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ।ଏହି ଅବସରରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ ମଧ୍ୟ ହୋଇଥିଲା । ରକ୍ତଦାନ ଶିବିରରେ ମଧ୍ୟ ଅନେକ ଲୋକ କୋଭିଡ୍ କଟକଣା ନମାନି ରକ୍ତଦାନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି

 

Related posts

ପୁଣି ତିନୋଟି ବସରେ ଘର ବାହୁଡା ହେଲେ ଦାଦନ ଶ୍ରମିକ

mahabharatanews

ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ହୋଇନାହିଁ

mahabharatanews

ଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews