ଓଡିଶା

ଫୋନରେ କଥା ହେଉଥିଲେ ! ଖସିପଡିଲେ ଟାଙ୍କିରେ

(ବଲାଙ୍ଗିର) ; ଫୋନରେ କଥା ହେଲା କାଳ । ଛାତରୁ ଖସିଲେ ସିଧା ପଡିଲେ ଟ।।ଙ୍କିରେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହର ବରପାଲିପଡାରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଧଣ୍ଡାମୁଣ୍ଡାର ସୁରେନ୍ଦ୍ର ମିଶ୍ର । ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ସୋମବାର ସକାଳ ପ୍ରାୟ ୫ଟାରେ ଛାତ ଉପରେ ବସି କଥା ହେଉଥିଲେ ସୁରେନ୍ଦ୍ର । ଗୋଡ ଖସିଯିବାରୁ ସେ ତଳକୁ ଖସିପଡିଥିଲେ । ଫଳରେ ସେ ତଳେ ଥିବା ଏକ ଶୌଚାଳୟ ଟାଙ୍କିରେ ପଡିଯାଇଥିଲେ । ଟାଙ୍କିରେ ବୁଡିକି ରହିଥିବା ବେଳେ ଟାଙ୍କିର ସ୍ଲାବ୍ ଭାଙ୍ଗି ଯାଇଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ ଭୀମ ଭୋଇ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

Related posts

କୋଭିଡ ଗାଇଡଲାଇନମାନି ନୂଆଖାଇ ପାଳିବାକୁ ଏସଆରସିଙ୍କ ନିର୍ଦ୍ଦେଶ

mahabharatanews

 ଲକ୍ଷଣକୁ ଅଣଦେଖା ନ କରିବାକୁ ସୁବ୍ରତ ବାଗଚୀ

mahabharatanews

କଙ୍କରୋଡା ସାଇନ୍ସ କଲେଜ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews