ନୀଳଗିରି: ଜବରଦସ୍ତ ଆକ୍ସନ ମୁଡକୁ ଆସିଛି ନୀଳଗିରି ବନବିଭାଗ । ୨ ଦିନରେ ଦୁଇ ଦୁଇଟି କରତକଳ ଉପରେ ବନବିଭାଗ ଚଢାଉ କରିଛି । ବେଆଇନ ଭାବରେ ଚାଲିଥିବା କରତକଳ ଉପରେ ବନବିଭାଗ ତରଫରୁ ଚଢାଉ ଜାରି ରହିଛି । ମାତ୍ର ଦୁଇ ଦିନ ଭିତରେ ୨ଟି ବେଆଇନ କରତକଳ ଉପରେ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଜବତ କରାଯିବା ସହିତ ଅନେକ ଯନ୍ତ୍ରାଂଶ ଜବତ ହୋଇଛି । ତେବେ ହାତରେ ଲାଗି ନାହାନ୍ତି ଚୋରା ବେପାରୀ ।
ରେମୁଣା ବ୍ଲକ ଅଧୀନ ଗୋବିନ୍ଦପୁର ଅଞ୍ଚଳରେ ବହୁ ଦିନ ଧରି କରତକଳ ଚାଲିଥିବା ସୂଚନା ପାଇଥିଲା ପୋଲିସ । ଏହାପରେ ଡିଏଫଓ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଅନୁସାରେ ଏକ ଟିମ ଗଠନ କରାଯାଇ ଚଢାଉ କରାଯାଇଥିଲା । ନୀଳଗିରି ରେଞ୍ଜର ମନ୍ଥର ଖାଁଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ଅନେକ ମୂଲ୍ୟବାନ କାଠ ଏବଂ ଯନ୍ତ୍ରାଂଶ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି ।
ସେହିପରି ରେମୁଣା ବ୍ଲକ ଅଧୀନ ପଦ୍ମପୁର ଗାଁରୁ ମଧ୍ୟ ଆଜି ଏକ ବେଆଇନ କରତକଳ ଉପରେ ଚଢାଉ ହୋଇଛି । ଏଠାରୁ ମଧ୍ୟ ସାଗୁଆନ, ଶାଳ, ନିମ୍ବ ସମେତ ଅନ୍ୟାନ୍ୟ ମୂଲ୍ୟବାନ କାଠ ଜବତ କରିଛି ବନବିଭାଗ । ଏଥିସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି । ତେବେ ମେସିନ ସହାୟତାରେ ଭାଙ୍ଗି ଦିଆଯାଇଥିବା ବେଳେ ଏଠଶରେ ମଧ୍ୟ ଚୋରା ବେପାରୀ ଛତ୍ରଭଙ୍ଗ ଦେଇଛନ୍ତି । ଏହି ଚଢ଼ାଉ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିବା ବେଳେ ସୋର,ଚାନ୍ଦିପୁର,ନୀଳଗିରି ଓ କୂଳଡିହାର ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
previous post
next post