ଅପରାଧ

ଶସ୍ତାରୁ ହୀନସ୍ତା: ନକଲି ସୁନା ବିକି ୩ ଠକ ଗିରଫ

ବଲାଙ୍ଗୀର : ଲୋଭରେ ପଡି ଶସ୍ତାରେ ସୁନା କିଣିବା ପଡିଲା ମହଙ୍ଗା । ଠକ ଶସ୍ତାରେ କହି ବିକିଦେଲେ ନକଲି ସୁନା । ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଅଭିଯୋଗ ପରେ ପୁଲିସ ୩ ଠକଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଛି ।
ବୌଦ୍ଧ ଜିଲା ମନମୁଣ୍ଡା ଗ୍ରାମର ରଞ୍ଜନ ମେହେରଙ୍କୁ ଗତ ୪ ତାରିଖ ରାତିରେ ଏକ ଫୋନ୍‌ କଲ୍‌ ଆସିଥିଲା। ଶ୍ରୀ ମେହେରଙ୍କୁ କୁହାଯାଇଥିଲା, ସେମାନେ ଏକ କୂଅ ଖୋଳୁଥିବା ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ପାଇଛନ୍ତି। ତାହାକୁ ବିକ୍ରିକରିବାକୁ ଚାହୁଁଛନ୍ତି । ୫ ତାରିଖ ଦିନ ପାଟଣାଗଡ ରୋଡ୍‌ରେ ଥିବା ବଗିଚା ଢାବାକୁ ଆସି ଭେଟିଲେ ସେମାନେ ସୁନା ଦେବେ ଓ ୨ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ। ଏତେ ଶସ୍ତାରେ ସୁନା ମିଳୁଥିବାରୁ ଶ୍ରୀ ମେହେର ଲୋଭରେ ପଡି ୨ଲକ୍ଷ ଟଙ୍କା ବଗିଚା ଢାବାରେ ଦେବା ସହ ସୁନା ନେଇଥିଲେ। ସୁନାର ଯାଞ୍ଚ କଲା ବେଳେ ତାହା ନକଲି ବୋଲି ଜଣାପଡିଥିଲା। ଏନେଇ ସ୍ଥାନୀୟ ସଦର ଥାନାରେ ଶ୍ରୀ ମେହେର ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ପରେ ଠକଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ନକଲି ସୁନା, ଡ୍ରିଲ୍‌ ମେସିନ, ୩ଟି ମୋବାଇଲ ଫୋନ୍‌, ୧ ବାଇକ ଓ ୯ହଜାର ଟଙ୍କା ଜବତ କରିଛି ।

Related posts

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews

ଏଟିଏମ ଲୁଟ ଉଦ୍ୟମ ବିଫଳ ! ଜଣେ ଗିରଫ

mahabharatanews

ପୂର୍ବ ଶତୃତାକୁ କେନ୍ଦ କରି କଏଦୀକୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ

mahabharatanews