ଓଡିଶା

ବୁର୍ଲା ବଡ଼ ଡାକ୍ତରଖାନାରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାରେ ଶିଶୁଙ୍କୁ କରୋନା । ଭୀମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଜଣେ ୮ ମାସର ଓ ଜଣେ ୫ ବର୍ଷର । ଏନେଇ ଭୀମସାର ଅଧୀକ୍ଷକ ଡା. ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ଦୁଇ ଶିଶୁ ଅସୁସ୍ଥ ହୋଇ ଭୀମସାରରେ ଆଡମିଟ ହୋଇଥିଲେ । ସେମାନଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବାରୁ ଉଭୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ଭୀମସାର୍ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ବୋଲି ନାୟକ କହିଛନ୍ତି ।
କରୋନାର ତୃତୀୟ ଲହର ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରିବ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଏନେଇ ରାଜ୍ୟରେ ଏବେ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ତୃତୀୟ ଲହରରେ ଶିଶୁଙ୍କ ଚିକିତ୍ସା ପାଇଁ ତାଲିମ ଦିଆଯାଉଛି। ଭିତ୍ତିଭୂମିର ବିକାଶ ସହ ଯୁଦ୍ଧକାଳୀନ ଭିତ୍ତିରେ ଆଇସିୟୁ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

 

Related posts

୧୭ ପରେ ଆସିପାରେ ଶୀତ

mahabharatanews

୫-ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

mahabharatanews

ବହୁଜନ କ୍ରାନ୍ତ୍ରୀ ମୋର୍ଚ୍ଚା ପକ୍ଷରୁ ଢେଙ୍କାନାଳଠାରେ ଭାରତ ବନ୍ଦ

mahabharatanews

Leave a Comment